ବିଜେପିରେ ସାମିଲ ହେଲେ ଓଡ଼ିଆ ଅଭିନେତ୍ରୀ ଜିନା ଓ ସ୍ୱାମୀ ରୁଦ୍ର

ବିଜେପିରେ ଯୋଗ ଦେଲେ ଜିନା ଓ ରୁଦ୍ର

ବାଲେଶ୍ଵର: ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ସମର୍ଥକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଆଜି ବାଲେଶ୍ଵର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଆଲମବ ଜଗତରେ ବେଶ ଖ୍ୟାତି ଅର୍ଜନ କରିବା ପରେ ଜିନା ‘ଫେରିଆ ମୋ’ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡ୍‌ରେ ନାୟିକାଭାବେ ପ୍ରବେଶ କରିଥିଲେ। ପରେ କେତୋଟି ହାତଗଣତି ଓଡ଼ିଆ ଛବିରେ ନାୟିକା ବନିଥିଲେ। ପରେ ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ।
ଏଣେ ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ସିନେମା ‘ମନେ ରହିବ ଏ ପ୍ରେମକାହାଣୀ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ନାୟକ ରୁଦ୍ର। ଏଥିରେ ରୂପାଲି ବନିଥିଲେ ରୁଦ୍ରଙ୍କ ନାୟିକା। ତା’ପରେ ୨୦୧୪ ରେ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ସିନେମାରେ ବି କାମ କରିଥିଲେ ସେ। ଠିକ୍‌ ସେହିପରି ୨୦୧୫ରେ ଶାନ୍ତି ମିଡ଼ିଆ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା ‘ଅପ୍‌ନା ହାତ ଜଗନ୍ନାଥ’ରେ ବି ନଜର ଆସିଥିଲେ ରୁଦ୍ର। ତା’ପରେ ‘ଝିଅଟା ବିଗିଡ଼ିଗଲା’, ‘ପ୍ରେମୀ ଦିଓ୍ଵାନା’ ଓ ରଘୁ ସର୍ଦ୍ଦାର ଭଳି ଓଡ଼ିଆ ଛବିରେ ମଧ୍ୟ ରୁଦ୍ରଙ୍କୁ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପୂର୍ବରୁ ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ୱେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ଯୋଗ ଦେଇ ଦଳରେ ସକ୍ରିୟ ଅଛନ୍ତି।

Share Now:

Kalinga News Beuro

Next Post

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କ ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Sat Mar 11 , 2023
ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡା ଗ୍ରାମର ଚିଲିକାପୋଶିପଡାଠାରେ ନିର୍ମିତ ହେଉଥିବା ମେଗା ଜଳପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କ ଉପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଯୁବକ ପଶ୍ଚିମବଙ୍ଗ ଅଞ୍ଚଳର ପରାନ୍ ମୋଦୀ(୨୧)ବୋଲି ଜଣାପଡିଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଏନେଇ ଏକ (୧୦/୨୩)ମାମଲା ରୁଜୁ ପରେ ଶବ […]
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial