ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କ ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡା ଗ୍ରାମର ଚିଲିକାପୋଶିପଡାଠାରେ ନିର୍ମିତ ହେଉଥିବା ମେଗା ଜଳପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କ ଉପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଯୁବକ ପଶ୍ଚିମବଙ୍ଗ ଅଞ୍ଚଳର ପରାନ୍ ମୋଦୀ(୨୧)ବୋଲି ଜଣାପଡିଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଏନେଇ ଏକ (୧୦/୨୩)ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନାଯୋଗ୍ୟଯେ,ପରାନ୍ ସାଥୀମାନଙ୍କ ସହିତ ଏଲଏଣ୍ଡଟି କମ୍ପାନିର ନବନିର୍ମିତ ଟ୍ୟାଙ୍କରରେ ଦୁଇ ମାସ ହେବ ନିର୍ମାଣ କାର୍ଯ୍ୟ କରିଆସୁଥିଲେ। ତେବେ ଗତ ରାତିରେ ସମସ୍ତେ ସାଥୀ ହୋଇ ଖାଇପିଇ ଶୋଇଥିଲେ। ଆଜି ଟ୍ୟାଙ୍କର ଉପରୁ ତାଙ୍କର ଝୁଲନ୍ତା ମୃତଦେହ ପେୁଲିସ ଉଦ୍ଧାର କରିଛି। ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣରୁ ପରଦା ହଟିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ଫ୍ଲାଟ୍‌ ଦେବା ନାଁରେ ୧୦ କୋଟି ଠକେଇ : ଇଓଡବ୍ଲୁରେ ମାମଲା

Sat Mar 11 , 2023
ଭୁବନେଶ୍ୱର: ଏକ ବିଲ୍‌ଡର ସଂସ୍ଥା ରାଜଧାନୀରେ ଫ୍ଲାଟ୍‌ ଦେବା ନାଁରେ ଗ୍ରାହକଙ୍କଠାରୁ ପ୍ରାୟ ୧୦କୋଟି ଠକିଥିବା ଜଣାପଡ଼ିଛି। ତେବେ ଏନେଇ ଠକେଇର ଶିକାର ହୋଇଥିବା ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳର କଲ୍ୟାଣ ମିଶ୍ର ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବିଲ୍‌ଡର ସଂସ୍ଥା ତାଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଖାରବେଳନଗର ଅଞ୍ଚଳର ଜମି ମାଲିକଙ୍କ ସହ ସମ୍ପୃକ୍ତ ବିଲ୍‌ଡର ସଂସ୍ଥା ମଧ୍ୟରେ […]
ଫ୍ଲାଟ୍‌ ଦେବା ନାଁରେ ୧୦ କୋଟି ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial