ଆଇୟୁପିଏସି ପୁରସ୍କାର ପାଇଁ ଓଡ଼ିଆ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର। ଏହି ପୁରସ୍କାର ପାଇବାରେ ସେ ହେବେ ଦେଶର ପ୍ରଥମ ମହିଳା। ସଂପ୍ରତି ସେ ଭାବା ପାରମାଣବିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ନିଜର ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।

Share Now:

Kalinga News Beuro

Next Post

୫୦ କୋଟି ଟଙ୍କାର ସିଏମ୍‌ସି ବାୟୋମାଇନିଂ ‌ଟେଣ୍ଡର୍‌ ପ୍ରକ୍ରିୟା ଫିକ୍ସିଂ ଅଭିଯୋଗ

Sun Mar 12 , 2023
କଥା ପ୍ରଘଟ ପରେ ସପ୍ତାହେ ଘୁଞ୍ଚିଲା ଆବେଦନ ଅବଧି କଟକ: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଆହ୍ୱାନ କରାଯାଇଥିବା ବାୟୋମାଇନିଂ ଟେଣ୍ଡର୍‌କୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଟେଣ୍ଡର୍‌ ଆବେଦନ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଆବେଦନର ଶେଷ ତାରିଖ ଗତ ଶୁକ୍ରବାର ଥିବା ବେଳେ ଏବେ ତାହାକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିଭଳି ଟେଣ୍ଡର୍‌ ଖୋଲିବା ପାଇଁ ମାର୍ଚ୍ଚ ୧୫ ତାରିଖ ଧାର୍ଯ୍ୟ କରାଯାଇଥିବା […]
ବାୟୋମାଇନିଂ ‌ଟେଣ୍ଡର୍‌ ପ୍ରକ୍ରିୟା ଫିକ୍ସିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial