ଗୃହରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା : ଉତ୍ତର ରଖିଲେ ମନ୍ତ୍ରୀ

ଗୃହରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା

ଭୁବ‌ନେଶ୍ବର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟକୁ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି। ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଗୃହରେ ରଖାଯାଇଛି।
ପୋଷାକରୁ ମିଳିଥିବା ଲଫାପା ପୁଲିସ ପାଖରେ ଅଛି। ଗୋବିନ୍ଦଙ୍କ ହାତଲେଖା ଚିଠିକୁ ପାଇବାକୁ ହେଲେ ତାଙ୍କ ପରିବାର ଲୋକ କୋର୍ଟରେ ଆଶ୍ରୟ ନେଇ ପାରିବେ। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି। ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବିଭିନ୍ନ ଦିଗ ଉପରେ ଫୋକସ ରହିଛି। ବିରୋଧୀ ଯେଉଁ ୧୨୦ ବି ଷଡ଼ଯନ୍ତ୍ର କଥା କହୁଛନ୍ତି, ତଦନ୍ତକାରୀ ଅଧିକାରୀ ଅନୁଭବ କଲେ ସେ ଦିଗ ବି ତଦନ୍ତ ହେବ।

Share Now:

Kalinga News Beuro

Next Post

ଶୂନ୍ୟ ସହନଶୀଳତା ନୀତିରେ ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା

Mon Mar 13 , 2023
ପୁରୀ: ଚଳିତ ମାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ଶିକ୍ଷା ବିଭାଗ ତରଫରୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି। ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ବିଶ୍ୱଜିତ ଘୋଷ ବ୍ରହ୍ମଗିରି ବ୍ଲକର ଏକ ପରୀକ୍ଷା କେନ୍ଦ୍ର ଅଚାନକ ପରିଦର୍ଶନ କରି ଜଣେ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ପରିଚାଳନାରେ ଅବହେଳା କରିଥିବାରୁ ନିଲମ୍ବିତ କରିଛନ୍ତି। ସେହିପରି ବିଭିନ୍ନ ଗଣମାଧ୍ୟମରେ ହରିପୁର ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅନିୟମିତତାର ସମ୍ବାଦ ପ୍ରଚାରିତ ହେବାରୁ ଜିଲ୍ଲା […]
ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial