ବଲାଙ୍ଗୀରରୁ ୩୫ ଲକ୍ଷ ଟଙ୍କାର କଫ୍ ସିରପ ଜବତ : ୩୩ଜଣ ଗିରଫ

୩୫ ଲକ୍ଷ ଟଙ୍କାର କଫ୍ ସିରପ ଜବତ

ବଲାଙ୍ଗୀର: ବଲାଙ୍ଗୀର ସହରରୁ ୩୫ ଲକ୍ଷ ଟଙ୍କା ମୂଲ୍ୟର କଫ୍ ସିରପ ଜବତ କରିଛି ପୁଲିସ। ଏହାସହ ୩ଟି ଦାମୀ ଗାଡ଼ି ବି ଜବତ କରାଯାଇଛି। ଖାଲି ସେତିକି ନୁହେଁ, ଏହି ମାମଲାରେ ରାଜ୍ୟର ବରଗଡ଼, କଟକ, ବଲାଙ୍ଗୀର ଜିଲ୍ଲା ସମତେ ରାଜ୍ୟ ବାହାରୁ ୩୩ଜଣଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଅନୈତିକ ଉପାୟରେ ଏସକଫ୍ କଫ୍ ସିରପ ରାକେଟ ଚଳାଉଥିଲେ। ବଲାଙ୍ଗୀର ଟାଉନ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ଏସପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ବଲାଙ୍ଗୀର ଟାଉନ ଥାନା ପୁଲିସ ପେଟ୍ରୋଲିଂ ସମୟରେ କଫ୍‌ସିରପ୍‌ ଜବତ କରିବା ସହ ରାଜ କୁମ୍ଭାର ଓ ରକି ବାରିକ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରାଜ ସିଭିଲ କୋର୍ଟ ପଛପଟ ଅଂଚଳରେ ବେଆଇନ ଭାବେ କଫ୍‌ସିରପ୍‌ ବିକ୍ରି କରୁଥିଲା।ଖବର ପାଇ ପେଟ୍ରୋଲିଂ ଗାଡ଼ି ପହଞ୍ଚି ତାକୁ ଗିରଫ କରିବା ସହ ତା ପାଖରୁ ୪୯ ବୋତଲ ଏସ୍‌କଫ୍‌ କଫ୍‌ସିରପ୍‌, ୧୩୪ ଷ୍ଟ୍ରିପ୍‌ ନିଶା ବଟିକା, ୬ ହଜାର ୮୦ ଟଙ୍କା ଜବତ କରିଥିଲା। ସେହିପରି ରକି କନ୍ଧପାଲିଠାରେ କଫ୍‌ସିରପ୍‌ ବିକ୍ରି କରୁଥିବା ସମୟରେ ପୁଲିସ ଚଢ଼ଉ କରିଥିଲା। ତା ପାଖରୁ ମଧ୍ୟ ୪୧ ବୋତଲ କଫ୍‌ସିରପ୍‌ ଓ ନିଶା ବଟିକା ପୁଲିସ ଜବତ କରିଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

Share Now:

Kalinga News Beuro

Next Post

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଏପର୍ଯ୍ୟନ୍ତ ‘ଆନ୍ତରିକତା’ ଦେଖାଇନାହିଁ: ବୈଦେଶିକ ମନ୍ତ୍ରାଳୟ ରିପୋର୍ଟ

Mon Mar 13 , 2023
ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୋମବାର (ମାର୍ଚ୍ଚ ୧୩, ୨୦୨୩) ଏହାର ବାର୍ଷିକ ରିପୋର୍ଟ ଜାରି କରି କହିଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେବାରେ ପାକିସ୍ତାନ ବିଫଳ ହୋଇଛି। ମନ୍ତ୍ରାଳୟର ପଲିସି ପ୍ଲାନିଂ ଡିଭିଜନ ଦ୍ୱାରା ପ୍ରସ୍ତୁତ ୩୪୫ ପୃଷ୍ଠାର ରିପୋର୍ଟରେ ବୈଦେଶିକ ମନ୍ତ୍ରାଳୟ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପାକିସ୍ତାନର କ୍ରମାଗତ ସୀମାପାର ଆତଙ୍କବାଦ, ଅନୁପ୍ରବେଶ […]
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial