ଜମ୍ମୁ କଶ୍ମୀରରେ ଏନଆଇଏର ଚଢ଼ଉ: ସଂଖ୍ୟାଲଘୁ ହତ୍ୟା ଓ ଆତଙ୍କବାଦୀ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ

ଏନଆଇଏର ବଡ଼ ଧରଣର ଚଢ଼ଉ

ଶ୍ରୀନଗର: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି କରାଯାଇଥିବା ଆକ୍ରମଣ ଓ ସଂଖ୍ୟାଲଘୁଙ୍କ ହତ୍ୟା ଘଟଣାରେ ଚଢ଼ଉ କରିଛି। ଗତ ବର୍ଷ ଏ ନେଇ ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ଆଠଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ଏନଆଇଏ ପଚରାଉଚରା ଲାଗି ୬ ଜଣଙ୍କୁ ଉଠାଇ ନେଇଥିବା ସୂଚନା ରହିଛି। ଏହି ୬ଜଣ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଓ ଆତଙ୍କବାଦୀ ସଂଗଠନ ନିର୍ଦ୍ଦେଶରେ ବିଭିନ୍ନ ଛଦ୍ମନାମ ନାମରେ କାର୍ଯ୍ୟ କରୁଥିବା ସୂଚନା ରହିଛି। ଏଫଆଇଆର ଅନୁଯାୟୀ ବହୁ ବ୍ୟକ୍ତି ଏପରି ଦେଶଦ୍ରୋହୀ କାଯ୍ୟରେ ଲିପ୍ତ ଅଛନ୍ତି।
ଏନ୍ଆଇଏ କହିଛି ଯେ ଏହି ସନ୍ଦିଗ୍ଧମାନେ ଜାମ୍ମୁ କାଶ୍ମୀରରେ ସାଇବର ସ୍ପେସ୍ ବ୍ୟବହାର କରି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରେ ସମ୍ପୃକ୍ତ ଅଛନ୍ତି। ଗତ ବର୍ଷ ଡିଜିଟାଲ୍ ଡିଭାଇସ୍ ଗୁଡ଼ିକର କରାଯାଇଥିବା ପ୍ରାରମ୍ଭିକ ଅନୁସନ୍ଧାନରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଡିଭାଇସର ଫୋରେନ୍ସିକ୍ ବିଶ୍ଳେଷଣ ପରେ ପାକିସ୍ତାନୀ ସଂସ୍ଥା ଓ ସଂଗଠନ ଏପରି କରୁଥିବା ଜଣାପଡ଼ିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଣ ନେଇ ହୁରିୟାତ୍ ନେତା କାଜି ୟାସିର ଏବଂ ଜାମ୍ମୁ କାଶ୍ମୀର ସାଲଭେସନ୍ ମୁଭମେଣ୍ଟ ଚେୟାରମ୍ୟାନ୍ ଜାଫର ଭଟଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ଉ କରିବାର ଏକ ସପ୍ତାହ ପରେ ଏନଆଇଏ ପକ୍ଷରୁ ଚଢ଼ଉ ଆରମ୍ଭ କରାଯାଇଛି।

Share Now:

Kalinga News Beuro

Next Post

ଦେଶରେ ଇନ୍‌ଫ୍ଲୁଏଞ୍ଜା ସହ ବଢୁଛି ସ୍ବାଇନ୍‌ ଫ୍ଲୁ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

Tue Mar 14 , 2023
ନୂଆଦିଲ୍ଳୀ: ଏଚ୍‌୩ଏନ୍‌୨ର ସବ୍‌ଟାଇପ୍‌ ଇନ୍‌ଫ୍ଲୁଏଞ୍ଜା ମାମାଲାରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ସ୍ବାଇନ୍‌ ଫ୍ଲୁ ବା ଏଚ୍‌୧ଏନ୍‌୧ର କିଛି ମାମଲା ବି ଚିହ୍ନଟ ହେଉଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ତଥ୍ୟ ପ୍ରକାଶ କରାଯାଇଛି। ତଥ୍ୟ ଅନୁସାରେ, ଫେବୃଆରୀ ସୁଦ୍ଧା ସମୁଦାୟ ୯୫୫ଟି ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଛି। ସର୍ବାଧିକ ମାମଲା ତାମିଲନାଡୁରେ ଚିହ୍ନଟ ହୋଇଛି। ତାମିଲନାଡୁରେ ଏବେ ସୁଦ୍ଧା ୫୪୫ଟି ମାମଲା […]
ଇନ୍‌ଫ୍ଲୁଏଞ୍ଜା ସହ ବଢୁଛି ସ୍ବାଇନ୍‌ ଫ୍ଲୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial