ଆହ୍ଲାବାଦ ହାଇକୋର୍ଟ ପରିସରରୁ ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମ୍‌କୋର୍ଟ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମସଜିଦଟି ଏକ ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଲିଜ୍ ଅବଧି ପୂରିଯାଇଥିବାରୁ ଆବେଦନକାରୀମାନେ ତାକୁ ରଖିବାକୁ ଦାବି କରିପାରିବେ ନାହିଁ। ସୂଚନାଯୋଗ୍ୟ, ନଭେମ୍ବର ୨୦୧୭ରେ ଆଲ୍ଲାହାବାଦ ହାଇକୋର୍ଟ ୩ ମାସ ଭିତରେ ଉକ୍ତ ମସଜିଦକୁ କୋର୍ଟ ପରିସରରୁ ହଟାଇବାକୁ ଆଦେଶ ଦେଇଥିଲେ। ଏହା ବିରୋଧରେ ୱାକଫ ମସଜିଦ ହାଇକୋର୍ଟ ଓ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏହି ଆବେଦନକୁ ଖାରଜ କରିଦେବା ସହ ଲିଜ୍ ଅବଧି ପୂରିଯାଇଥିବାରୁ ତାହା ଉପରେ ସେମାନଙ୍କର ଆଉ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି। ଏଥି ସହ ତିନିମାସ ଭିତରେ ମସଜିଦକୁ ଅପସାରିତ କରିବାକୁ ଆଦେଶ ଦେଇଛନ୍ତି। ଜଷ୍ଟିସ୍ ଏମ୍‌ଆର୍‌ ଶାହ ଓ ସିଟି ରବିକୁମାରଙ୍କ ବେଞ୍ଚ କହିଛନ୍ତି ଯେ ଆବେଦନକାରୀମାନେ ଆଖପାଖ ନୂତନ ଜାଗାରେ ମସଜିଦ ନିର୍ମାଣ ନିମନ୍ତେ ଜମି ଦେବା ଲାଗି ରାଜ୍ୟ ସରକାରଙ୍କୁ ଆବେଦନ କରିପାରିବେ। କୋର୍ଟ ପୁଣି କହିଛନ୍ତି ଯେ ଆବେଦନକାରୀମାନେ ଯଦି ୩ ମାସ ଭିତରେ ମସଜିଦକୁ ନ ଭାଙ୍ଗନ୍ତି ତେବେ କର୍ତ୍ତୃପକ୍ଷ କିମ୍ବା ହାଇକୋର୍ଟ ଏହାକୁ ଭାଙ୍ଗିଦେଇପାରିବେ।

Share Now:

Kalinga News Beuro

Next Post

ବିଧାନସଭାରେ ଡ୍ରପ ଆଉଟ ପ୍ରସଙ୍ଗ : ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିରୋଧୀ ଦଳ ନେତା

Tue Mar 14 , 2023
ଭୁବନେଶ୍ୱର: ଆଜି ବିଧାନସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ‘ମାଟ୍ରିକ୍‌ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଲେ। ଡ୍ରପଆଉଟ ଅନୁପାତରେ ପୂରା ଭାରତରେ ଓଡିଶା ଏକ ନମ୍ବର ପାଲଟିଲା। ପରୀକ୍ଷା ବେଳେ ମନ୍ତ୍ରୀ ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି। ଏହାଦ୍ୱାରା ପିଲାଙ୍କ ସ୍ଥିରତା ଉପରେ […]
ଡ୍ରପ ଆଉଟ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial