ଓଡ଼ିଶାରେ ହାତୀ ମଡ଼କ ନେଇ ପ୍ରଶ୍ନ କଲେ ବିଧାୟକ କୁସୁମ ଟେଟେ: ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ

ଓଡ଼ିଶାରେ ହାତୀ ମୃତ୍ୟୁ

ଭୁବନେଶ୍ବର : ୨୦୧୭-୧୮ରୁ ୨୦୨୧-୧୧ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରରେ ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଷ ପ୍ରୟୋଗ ଦ୍ୱାରା କେବଳ ରାଉରକେଲା ଡିଭିଜନରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି।
ବିଦ୍ୟୁତ ଆଘାତରେ ୨୬ ହାତୀ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି। ବିଦ୍ୟୁତ ଆଘାତରେ ସୁଚିନ୍ତିତ ଭାବେ ମୃତ୍ୟୁବରଣ କରିଛନ୍ତି ୩୫ଟି ହାତୀ। ରେଳ ଦୁର୍ଘଟଣାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି। ସଡ଼କ ଦୁର୍ଘଟଣାରେ ୪ଟି ହାତୀ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଆନ୍ଥରାକ୍ସ ରୋଗରେ ପଡ଼ି ୨୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହରପିସ୍ ରୋଗରେ ପଡ଼ି ୧୦ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। ଅନ୍ୟାନ୍ୟ ରୋଗ ଯୋଗୁଁ ୧୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି। ୩୬ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Share Now:

Kalinga News Beuro

Next Post

ସମାଜ ପାଇଁ ପ୍ରେରଣା ଆଇଏଏସ୍‌ ଈରା ସିଂଘଲ

Wed Mar 15 , 2023
ନୂଆଦିଲ୍ଲୀ: କୁହାଯାଏ ଅଧିକାଂଶ ସଫଳ ଲୋକଙ୍କ କାହାଣୀ ସଂଘର୍ଷରୁ ଆରମ୍ଭ ହୋଇଥାଏ। ତାହା କିଛି ମାତ୍ରାରେ ସତ ନିଶ୍ଚୟ। ଆମେ ଆଜି ଜଣେ ସେମିତି ସଫଳ ଆଇଏଏସ୍‌ଙ୍କ ବିଷୟରେ କହିବୁ, ଯାହାଙ୍କ କଥା ଶୁଣିଲେ ଆପଣଙ୍କର ତାଙ୍କ ପ୍ରତି ସମ୍ମାନ ଢେର୍‌ ଅଧିକ ବଢ଼ିଯିବ। ଆମେ କହୁଛୁ ଦିଲ୍ଳୀର ଡିପି କମିସନର ହୋଇ ସାରିଥିବା ଆଇଏଏସ୍‌ ଈରା ସିଂଘଲଙ୍କ ବିଷୟରେ। ଏବେ ସେ ଅରୁଣାଚଳ ପ୍ରଦେଶର ନିଯୁକ୍ତି ହୋଇ ନିଜର […]
ଆଇଏଏସ୍‌ ଈରା ସିଂଘଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial