ରାଜଧାନୀରେ ପନିପରିବା ଦର ଆକାଶଛୁଆଁ

ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ-1

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଦୁଇ ଦିନ ହେଲା ପରିବା ଟ୍ରକ ଆସିପାରୁନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି। ଆଉ ଅଧେ ଟ୍ରକ ରାସ୍ତାରେ ଅଟକିଛି। ଏଣେ କିଛି ଟ୍ରକ୍ ଗନ୍ତବ୍ୟସ୍ଥଳରୁ ବାହାରି ପାରି ନଥିବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏବେ ଆସନ୍ତୁ ନଜର ପକାଇବା ରାଜଧାନୀର ୟୁନିଟ ୧ ହାଟର ଆଜିର ପରିବା ଦର ଉପରେ। ଯେଉଁ ବାଇଗଣର ଦର ଗତକାଲି ୨୦ ଟଙ୍କା ଥିଲା, ଆଜି ତାହା ୬୦ ଟଙ୍କା କେଜି ମୂଲରେ ଉପଲବ୍ଧ। ଏଣେ ଝୁଡ଼ୁଙ୍ଗର ଦର କିଲୋ ପ୍ରତି ୪୦ରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି। ଠିକ୍ ସେହିପରି ପୋଟଳ ଦର ଗତକାଲି ୧୦୦ ଟଙ୍କା ଥିଲା, ହେଲେ ଆଜି ତାହା ୧୩୦ ଟଙ୍କା ହୋଇଛି। ଏଣେ ସାରୁର ମୂଲ୍ୟ ଗତକାଲି କିଲୋ ପିଛା ଥିଲା ୪୦ ଟଙ୍କା, ହେଲେ ଆଜି ରାଜଧାନୀରେ ଏହାର ଦର ୬୦ ଟଙ୍କାରେ ପହଞ୍ଚିଛି। ବିନର ଦର କିଲୋ ପ୍ରତି ୭୦ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି କାକୁଡ଼ିର ମୂଲ୍ୟ କିଲୋ ପ୍ରତି ଥିଲା ୩୦ ଟଙ୍କା, ହେଲେ ଆଜି ତାହା ୫୦ ଟଙ୍କାରେ ବିକ୍ରି ହେଉଛି। ଗତକାଲି ବନ୍ଧା କୋବିର ଦର ଥିଲା ୧୦ ଟଙ୍କା ହେଲେ ଆଜି ଏହାର ଦର ଦ୍ଵିଗୁଣିତ ହୋଇ ୨୦ ଟଙ୍କାରେ ପହଞ୍ଚିଛି। ଏହା ସାଧାରଣ ଖାଉଟିଙ୍କୁ ଖୁବ୍ ବାଧୁଛି।

Share Now:

Kalinga News Beuro

Next Post

ଡ୍ରାଇଭର ଆନ୍ଦୋଳନ ନେଇ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

Thu Mar 16 , 2023
ଭୁବନେଶ୍ୱର: ଡ୍ରାଇଭର ଆନ୍ଦୋଳନକୁ ନେଇ ଗୃହରେ ହଟ୍ଟଗୋଳ ହୋଇଛି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। ଏହାପରେ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ କହିଥିଲେ, ସରକାର ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଉ ଗୋଟିଏ ଗୃପକୁ ଉସୁକାଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି। […]
ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial