‘ନିୟୁ ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ପ୍ରଦର୍ଶନ ହେବ ‘କୋହିନୂର’ ହୀରା

‘କୋହିନୂର’ ହୀରା

ଲଣ୍ଡନ୍‌: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ବ୍ରିଟେନ୍‌ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍‌’ ହୀରା ପ୍ରଦର୍ଶନ କରାଯିବ। ବ୍ରିଟେନ୍‌ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ ‘ହି‌ଷ୍ଟୋରିକ୍‌ ରୟାଲ୍‌ ପାଲେସେସ୍‌’ ଚଳିତ ସପ୍ତାହରେ କହିଛି ଯେ, ଅନ୍ୟାନ୍ୟ ସାମଗ୍ରୀ ଓ ‘ଭିଜୁଆଲ୍‌ ପ୍ରୋଜେକ୍‌ସନ୍‌’ ଜରିଆରେ ନୂତନ ‘ଜୁଏଲ୍‌ ହାଉସ୍‌’ ପ୍ରଦର୍ଶନୀ ‘କୋହିନୂର’ର ଇତିବୃତ୍ତ ବ୍ୟାଖ୍ୟା କରିବ। ମେ ୬ ତାରିଖ ଦିନ ରାଜା ଦ୍ବିତୀୟ ଚାର୍ଲସ୍‌ଙ୍କ ରାଜ୍ୟାଭିଷେକ ସମୟରେ ରାଣୀ କାମେଲିଆ ଏହି ପାରମ୍ପରିକ ମୁକୁଟ ପରିଧାନ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ ଯିବା ପରେ ସ୍ବର୍ଗତ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୁକୁଟରେ ଖଞ୍ଜା ଯାଇଥିବା ‘କୋହିନୂର’ ହୀରା ଉକ୍ତ ଟାୱାର୍‌ରେ ଅଛି।

‘ହି‌ଷ୍ଟୋରିକ୍‌ ରୟାଲ୍‌ ପାଲେସେସ୍‌’ କହିଛି, ରାଜମାତା ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୁକୁଟରେ ଖଚିତ ହୋଇଥିବା ‘କୋହିନୂର୍‌’ ହୀରାର ଇତିବୃତ୍ତ ସଂକ୍ରାନ୍ତରେ ବ୍ୟାଖ୍ୟା ଦିଆଯିବ। ଅନ୍ୟାନ୍ୟ ସାମଗ୍ରୀ ଓ ‘ଭିଜୁଆଲ୍‌ ପ୍ରୋଜେକ୍‌ସନ୍‌’ ମାଧ୍ୟମରେ ଏହି ରତ୍ନ ପଥରର ଗାଥାକୁ ବିଜୟର ପ୍ରତୀକ ଭାବେ ବର୍ଣ୍ଣନା କରିବ। ମୋଗଲ୍‌ ସମ୍ରାଟ, ଇରାନ୍‌ର ଶାହା, ଆଫଗାନିସ୍ତାନର ଏମିର୍ ଏବଂ ଶିଖ୍‌ ମହାରାଜାଙ୍କ ସମେତ ଏହି ହୀରାର ଅନେକ ପ୍ରାକ୍ତନ ମାଲିକ ଥିଲେ। ପାର୍ସୀ ଶବ୍ଦ ‘କୋହିନୂର୍‌’ର ଅର୍ଥ ହେଉଛି ‘ଆଲୋକର ପର୍ବତ’। ଭାରତର ସାମ୍ରାଜ୍ଞୀ ଭାବେ ଅଭିଷିକ୍ତ ହେବାର ଅଳ୍ପ କିଛି ବର୍ଷ ପୂର୍ବରୁ ଏହି ହୀରା ମହାରାଜା ରଣଜିତ ସିଂହଙ୍କ କୋଷାଗାରରୁ ରାଣୀ ଭିକ୍ଟୋରିଆଙ୍କ ମାଲିକାନାକୁ ଆସିଥିଲା।

Share Now:

Kalinga News Beuro

Next Post

ପାରାଭାଡ଼ି ଏବଂ ଶିଶୁପାଳଗଡ଼ରେ ଖନନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଉ: ଧର୍ମେନ୍ଦ୍ର ପ୍ରଧାନ

Fri Mar 17 , 2023
ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଦୁଇଟି ପତ୍ର ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ ଏଏସଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ […]
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial