ବାଂଲାଦେଶୀ ପ୍ରବାସୀ ଆମ ସଂସ୍କୃତି ପ୍ରତି ବିପଦ : ହିମନ୍ତ ବିଶ୍ବଶର୍ମା

ବାଂଲାଦେଶୀ ପ୍ରବାସୀ ଆମ ସଂସ୍କୃତି ପ୍ରତି ବିପଦ

ସବୁ ମଦ୍ରାସା ବନ୍ଦ କରିବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବେଲଗାବି: ବାଂଲାଦେଶୀ ପ୍ରବାସୀମାନେ ଆମ ସଂସ୍କୃତି ପ୍ରତି ବିପଦ ଓ ରାଜ୍ୟରେ ଥିବା ସମସ୍ତ ମଦ୍ରାସା ବନ୍ଦ କରାଯିବ ବୋଲି ଗୁରୁବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କର୍ଣ୍ଣାଟକର ବେଲଗାବିରେ ‘ବିଜେପି’ର ବିଜୟ ସଙ୍କଳ୍ପ ଯାତ୍ରାରେ ଉଦ୍‌ବୋଧନ ଦେଇ କହିଛନ୍ତି। ବେଆଇନ ଅନୁପ୍ରବେଶ ଘଟଣାରେ କ୍ଷୋଭ ପ୍ରକାଶ କରି ବରିଷ୍ଠ ‘ବିଜେପି’ ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ, ଲୋକେ ବାଂଲାଦେଶରୁ ଆସାମକୁ ଆସି ଆମ ସଭ୍ୟତା ଓ ସଂସ୍କୃତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ମଦ୍ରାସା ପରିବର୍ତ୍ତେ ଲୋକେ ସ୍କୁଲ୍‌ ଓ କଲେଜରେ ଅଧ୍ୟୟନ କରିବାକୁ ଆଗ୍ରହୀ ଦର୍ଶାଇ ସେ କହିଛନ୍ତି‌, ରାଜ୍ୟରେ ଥିବା ମଦ୍ରାସା ଉପରେ ଚଢ଼ଉ ଜାରି ରହିବ। ମୁଁ ୬୦୦ ମଦ୍ରାସା ବନ୍ଦ କରିଛି। ଆମର ମଦ୍ରାସା ଆବଶ୍ୟକ ନ ଥିବାରୁ ମୁଁ ସମସ୍ତ ମଦ୍ରାସା ବନ୍ଦ କରିବାକୁ ଚାହୁଁଛି। ଆମର ସ୍କୁଲ୍‌, କଲେଜ ଓ ବିଶ୍ବବିଦ୍ୟାଳୟ ଆବଶ୍ୟକ।
ସୂଚନାଯୋଗ୍ୟ, ୨୦୨୦ରେ ଶର୍ମା ଆସାମରେ ଏକ ବିବାଦୀୟ ଆଇନ ପ୍ରଚଳନ କରିଥିଲେ। ଏହି ଆଇନ ଅନୁସାରେ, ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ମଦ୍ରାସାକୁ ସାଧାରଣ ଶିକ୍ଷା ପ୍ରଦାନ କରୁଥିବା ସ୍କୁଲ୍‌ରେ ପରିଣତ କରାଯିବ। ଜାନୁଆରି ୨୦୨୩ ସୁଦ୍ଧା ରାଜ୍ୟରେ ସମୁଦାୟ ୩୦୦୦ ପଞ୍ଜିକୃତ ଓ ଅଣପଞ୍ଜିକୃତ ମଦ୍ରାସା ରହିଥିବା ଜଣାପଡ଼ିଛି। ଏହାଛଡ଼ା, ସେ କଂଗ୍ରେସ ଓ ବାମଦଳକୁ ମଧ୍ୟ ସମାଲୋଚନା କରି କହିଛନ୍ତି, କଂଗ୍ରେସ ଓ କମ୍ୟୁନିଷ୍ଟ୍‌ମାନେ ଦର୍ଶାଇଛନ୍ତି ଯେ, ଭାରତର ଇତିହାସ ହେଉଛି ବାବର୍, ଔରଙ୍ଗଜେବ୍‌ ଏବଂ ଶାହଜହାନ୍‌ଙ୍କ କଥା। ମୁଁ କହିରଖୁଛି ଯେ, ଭାରତ ଇତିହାସ ସେମାନଙ୍କ କଥା ନୁହେଁ, ଛତ୍ରପତି ଶିବାଜୀ ମହାରାଜ, ଗୁରୁ ଗୋବିନ୍ଦ ସିଂହ ଓ ସ୍ବାମୀ ବିବେକାନନ୍ଦଙ୍କ କଥା। ସେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ଅନେକ ଲୋକ ମୁସଲ୍‌ମାନ ଓ ଖ୍ରୀଷ୍ଟିଆନ୍‌ ବୋଲି ଗର୍ବର ସହିତ କହୁଛନ୍ତି। ସେଥିରେ ମୋର କିଛି ଯାଏଆସେ ନାହିଁ। କିନ୍ତୁ, ‘ମୁଁ ଜଣେ ହିନ୍ଦୁ’ ବୋଲି ଗର୍ବରେ କହିପାରୁଥିବା ଜଣେ ବ୍ୟକ୍ତି ଆମେ ଆବଶ୍ୟକ କରୁଛୁ। ଆଜି ଭାରତ ସେଭଳି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରୁଛି।

Share Now:

Kalinga News Beuro

Next Post

ଉତ୍ତର କୋରିଆର ‘ମନ୍‌ଷ୍ଟର୍‌ ମିସାଇଲ୍‌’ ଉତ୍‌କ୍ଷେପଣ ପର୍ଯ୍ୟବେକ୍ଷଣ କ‌ଲେ କିମ୍‌ ଜୋଙ୍ଗ୍‌ ଉନ୍‌ ଓ ତାଙ୍କ ଝିଅ ଜୁ’ ଆୟେ

Fri Mar 17 , 2023
ସିଓଲ୍‌: ଅଳ୍ପଦିନ ତଳେ ଝିଅ ସହିତ ମିଶି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ପ୍ରତ୍ୟକ୍ଷ ଭାବେ ଦେଶର ସବୁଠୁ ଶକ୍ତିଶାଳୀ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ର ବ୍ୟବହାରିକ ଉତ୍‌କ୍ଷେପଣର ପର୍ଯ୍ୟବେକ୍ଷଣ କରିଥିବା ସମୟ ଫଟୋ ରାଷ୍ଟ୍ରାୟାତ ଗଣମାଧ୍ୟମ ପ୍ରକାଶ କରିଛି। ଗୁରୁବାର ଦିନ ଉତ୍‌କ୍ଷେପଣ କରାଯାଇଥିବା ‘ହ୍ବାସୋଙ୍ଗ୍‌-୧୭’ କ୍ଷେପଣାସ୍ତ୍ରଟି ହେଉଛି ଚଳିତ ବର୍ଷ ପିୟୋଗ୍ୟାଙ୍ଗ୍‌ର ଦ୍ବିତୀୟ ‘ଆଇସିବିଏମ୍‌’ ପରୀକ୍ଷଣ ବୋଲି ରାଷ୍ଟ୍ରାୟାତ ‘କୋରିୟାନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ (କେସିଏନ୍‌ଏ) […]
‘ମନ୍‌ଷ୍ଟର୍‌ ମିସାଇଲ୍‌’-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial