ଜଙ୍ଗଲ କାଟିବା ଅଭିଯୋଗରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ରାଇଘରରେ ପୁଣି ମାଓହିଂସା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟାଏ ପରେ ଗୋଟାଏ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି। ଆଜି ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଛି ବୋଲି ଘଟଣାସ୍ଥଳରେ ପଡ଼ିଥିବା ପୋଷ୍ଟରଗୁଡ଼ିକରେ ଉଲ୍ଲେଖ କରାଯାଇଛି। ଜଙ୍ଗଲ ମାଫିଆ ଅଭିଯୋଗ କରି ନାରାୟଣ ନାଗେଶଙ୍କୁ ହତ୍ୟା କରାଯାଇଛି ବୋଲି ମୈନପୁର-ନୂଆପଡ଼ା ଡିଭିଜନାଲ୍‌ କମିଟି (ମାଓବାଦୀ) ପକ୍ଷରୁ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ପୁଣି ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।
ସୂଚନାଯୋଗ୍ୟ, ଗତ ମାସ ୨୩ ତାରିଖ ଦିନ ମାଓବାଦୀମାନେ ହାତୀଗାଁ ଅନ୍ତର୍ଗତ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକ (୩୫)ଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ସହିତ ଏହାର ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା (ଛତିଶଗଡ଼) ଗ୍ରାମର ନାରଦ ମାର୍କମ (୪୫)ଙ୍କୁ ମଧ୍ୟ ହତ୍ୟା କରିଥିଲେ।

Share Now:

Kalinga News Beuro

Next Post

ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ୫ଟି ସଚିବ : ପ୍ରସ୍ତାବିତ ତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ

Sat Mar 18 , 2023
ନବରଙ୍ଗପୁର: ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଆଜି ଦ୍ବିତୀୟ ଦିନ। ଆଜି ଭୋର ସକାଳୁ ସେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରସିଦ୍ଧ ଶୈବ ପୀଠ ମାଣ୍ଡାଡଙ୍ଗରୀ ପରିଦର୍ଶନ କରିଥିଲେ। ସେଠାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ପାପଡାହାଣ୍ଡି ବ୍ଲକର ଜଟାବାଲ ସ୍ଥିତ ମଙ୍ଗଳ ବିଭାଗର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial