ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ୫ଟି ସଚିବ : ପ୍ରସ୍ତାବିତ ତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ

ନବରଙ୍ଗପୁର: ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଆଜି ଦ୍ବିତୀୟ ଦିନ। ଆଜି ଭୋର ସକାଳୁ ସେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରସିଦ୍ଧ ଶୈବ ପୀଠ ମାଣ୍ଡାଡଙ୍ଗରୀ ପରିଦର୍ଶନ କରିଥିଲେ। ସେଠାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ପାପଡାହାଣ୍ଡି ବ୍ଲକର ଜଟାବାଲ ସ୍ଥିତ ମଙ୍ଗଳ ବିଭାଗର ବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ପରେ ଉମରକୋଟ ରାସ୍ତାରେ ଥିବା ପ୍ରସିଦ୍ଧ ଧୋଡ୍ରା ସ୍ଥିତ ମା ଘାଟଘୋଷାଣୀ ମନ୍ଦିରରେ ପୂଜା କରିବା ପରେ ମନ୍ଦିର ଓ ମନ୍ଦିରର ପାରିପାର୍ଶ୍ବର ବିକାଶ ପାଇଁ ସ୍ଥାନୀୟ ବାସିନ୍ଦା ଓ ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ସେଠାରୁ ପୋଡାଗଡ ସ୍ଥିତ ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଗସ୍ତ କରିଥିଲେ।
ପୋଡାଗଡ ପରିଦର୍ଶନ ପରେ ସେ ଉମରକୋଟ ଇଣ୍ଡୋର ଷ୍ଟାଡିୟମ, ଉମରକୋଟ ସ୍ଥିତ ଆରଏମସି ବଜାର ପରିଦର୍ଶନ କରିଛନ୍ତି। ଆରଏମସି ବଜାର ପ୍ରାଙ୍ଗଣରେ ମହିଳା ସ୍ବୟଂ ସହାୟକ ଦଳଗୁଡ଼ିକ ସହିତ ଆଲୋଚନା କରିବା ସହ ନବରଙ୍ଗୀ ଉତ୍ପାଦର ଜିନିଷ ବୁଲି ଦେଖିଥିଲେ। ସେଠାରୁ ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ଶକ୍ତୀ ପୀଠ, ପୂଜାରୀଗୁଡା ଗୋନଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉମରକୋଟ ଭାଷ୍କେଲ ଡ୍ୟାମ, ଜାମରୁଣ୍ଡା ୫ଟି ବିଦ୍ୟାଳୟ ପରିଦର୍ଶନ କରି ଉମରକୋଟ ଆହାର କେନ୍ଦ୍ରରେ ଭୋଜନ କରିବେ। ଉମରକୋଟରୁ ସେ ଝରିଗାଁ ବ୍ଲକର ସତୀଘାଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୁଲି ଦେଖିବେ। ଶେଷରେ ସେ ଚନ୍ଦାହାଣ୍ଡି ବ୍ଲକର ମାଲଗାଁକୁ ଯାଇ ପ୍ରସ୍ତାବିତ ତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Next Post

ମୁଦ୍ରଣଜନିତ ତ୍ରୁଟି, ଚିନ୍ତା କରିବାର କିଛି ନାହିଁ: ବୋର୍ଡ ସଭାପତି

Sat Mar 18 , 2023
କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, କିଛି ସେଣ୍ଟରରେ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏଭଳି ମୁଦ୍ରଣଜନିତ ତ୍ରୁଟି ହୋଇଛି। ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ […]
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial