ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଲେ ଜୟନାରାୟଣ ମିଶ୍ର

ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡକୁ ୫୦ଦିନ ପୁରିଗଲାଣି। ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ଓ ଘଟଣା ପଛରେ କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିଲାନି। ଏସସିବି ମେଡିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ରିମାଣ୍ଡରେ ନେବାକୁ ଚାହୁଁଛନ୍ତି। ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି। ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କହୁଥିବା ବେଳେ କାହିଁକି ତାକୁ ହିଁ ବିଶ୍ଵାସ କରୁ ନାହାନ୍ତି? ଓଡ଼ିଶା ସରକାର କେନ୍ଦ୍ର ସରକାରକୁ ଏଫବିଆଇର ସାହାଯ୍ୟ ନେବାକୁ ଯେଉଁ ଚିଠି ଲେଖିଛନ୍ତି, ତାକୁ ଗୃହରେ ଉପସ୍ଥାପିତ କରିବେ କି। ହାଇକୋର୍ଟର ମନିଟରିଂ କରିବା ପାଇଁ ଯେଉଁ ଚିଠି ଲେଖା ଯାଇଛି ତାହା ଉପସ୍ଥାପିତ କରିବେ କି ସରକାର।
ଏଣେ ସେ ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ପ୍ରସଙ୍ଗ ବି ଉଠାଇଥିଲେ। ବିରୋଧୀ ଦଳ ନେତା କହିଥିଲେ, ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଛି। ଗୋଟିଏ ଅଡିଓ ବୁଲୁଚି, ଯେଉଁଥିରେ ପିଲାଙ୍କୁ କୁହାଯାଉଛି ୧୦ ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନ ପତ୍ର ମିଳିବ। ଆଉ ୪ଟା ଦରକାର ଥିଲେ ୪୦ ହଜାର ଦେବାକୁ ପଡ଼ିବ। ବଲାଙ୍ଗୀରରେ ବି ଦୁଇଟି ବିଷୟର ପ୍ରଶ୍ନ ପତ୍ର ଲିକ ହୋଇଥିବା ଟିଭିରେ ଆସୁଛି। ଏଇଟା କଣ ୫-ଟି?
ଏଣେ ହୋମଗାର୍ଡମାନଙ୍କର ଦରମା ପ୍ରସଙ୍ଗ ଉତଥାପନ କରି ଜୟନାରାୟଣ ମିଶ୍ର କହିଥିଲେ, ୫୩୩ ଟଙ୍କା ଦୈନିକ ଦରମା ଦେବାକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। କାଲି ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ କାଏମ ରଖିଛନ୍ତି। ସରକାର ଏମିତି ନିଷ୍ପତ୍ତି କେମିତି ନେଉଛନ୍ତି। କିଏ ଏ ସରକାର ଚଳାଉଛି, ଏ ସରକାରକୁ ଏଭଳି ବୁଦ୍ଧି ଦେଉଛି କିଏ।
ଏହାଛଡ଼ା କୋଇଡା ବିଡିଓ ପ୍ରସଙ୍ଗ ବି ଉଠାଇଥିଲେ ଜୟ ନାରାୟଣ। ସେ କହିଥିଲେ, ସରକାରୀ ଅଫସିର କାହାକୁ ମାନୁ ନାହାନ୍ତି। ବିଡିଓ କହୁଛନ୍ତି ମୋର କିଏ କଣ କରିବ। ଏହାଠୁ ବଡ଼ ବିଚିତ୍ର କଥା କିଛି ନାହିଁ। ଯଦି ବିଧାୟକମାନେ ଏମିତି ସରକାରୀ ଅଫସିରମାନଙ୍କ ଦ୍ୱାରା ଅପମାନିତ ହେବେ ତାହାଲେ ସ୍ଥିତି କଣ ଜଳଜଳ ଦିଶୁଛି।

Share Now:

Kalinga News Beuro

Next Post

ଆମେରିକା ବିପକ୍ଷରେ ୮,୦୦୦୦୦ ନାଗରିକ : ଉତ୍ତର କୋରିଆ

Sat Mar 18 , 2023
ସିଓଲ୍‌: ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଲଢ଼େଇ କରିବା ଲାଗି ସ୍ବ-ଇଚ୍ଛାରେ ଦେଶର ସେନାବାହିନୀରେ ଯୋଗ ଦେବା ଲାଗି ୮,୦୦୦୦୦ ନାଗରିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଖବରକାଗଜ ରିପୋର୍ଟ କରିଛି। ରାଷ୍ଟ୍ରାୟତ ଖବରକାଗଜ ‘ରୋଡୋଙ୍ଗ୍‌ ସିନ୍‌ମୁନ୍‌’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ସଙ୍ଗେ ମୁକାବିଲା କରିବାକୁ କେବଳ ଶୁକ୍ରବାର ଦିନ ସମଗ୍ର ଦେଶରୁ ପ୍ରାୟ ୮,୦୦୦୦୦ ଶିକ୍ଷାର୍ଥୀ ଓ କର୍ମଜୀବୀ ତାଲିକାଭୁକ୍ତ ହେବାକୁ ଅଥବା ପୁନଃତାଲିକାଭୁକ୍ତ ହେବାକୁ […]
ଉତ୍ତର କୋରିଆର ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial