କଲରାପତରିଆ, ହରିଣ ଓ କୁଟୁରା ଛାଲ ଜବତ: ଶିକାରୀ ଗିରଫ

କଲରାପତରିଆ, ହରିଣ ଓ କୁଟୁରା ଛାଲ ଜବତ

ବୌଦ୍ଧ: କଲରାପତରିଆ ବାଘ, ହରିଣ ଓ କୁଟୁରା ଛାଲ ବିକ୍ରି ପାଇଁ ଡିଲ୍ ହେବା ବେଳେ ଏସଟିଏଫ ଜଣେ ଶିକାରୀକୁ ମାଡ଼ି ବସିଥିବାର ଖବର ମିଳିଛି। ଶିକାରୀକୁ ଏକ ଗୁପ୍ତ ସ୍ଥାନକୁ ନେଇ ତଦନ୍ତ କରୁଛି। ତଦନ୍ତରେ ବାଧକ ହେବା ଆଶଙ୍କାରେ ଶିକାରୀର ପରିଚୟ ଗୋପନ ରଖିଛି ଏସଟିଏଫ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର ହୋଇଥିବା ଓ ବିକ୍ରି ପାଇଁ ଯୋଜନା ଚାଲିଥିବା ଏସଟିଏଫକୁ ଖବର ମିଳିଥିଲା। ଫଳରେ ଗତ ପାଞ୍ଚ ଦିନ ହେଲା ଏସଟିଏଫ ଦଳ ପୁରୁଣା କଟକରେ ଡେରା ପକାଇ ଧରିବା ପାଇଁ ଜାଲ ବିଛାଇ ଥିଲେ। ହରଭଙ୍ଗା ଅଞ୍ଚଳରେ ଛାଲ ବିକ୍ରି ପାଇଁ ଡିଲ୍ ହେବା ବିଷୟରେ ସୂଚନା ମିଳିବା ପରେ ବନ ବିଭାଗ ସହାୟତାରେ ଚଢ଼ଉ କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ଶିକାରୀ ପାଖରୁ ତିନିଟି ଛାଲ ଜବତ କରି ଶିକାରୀକୁ ଗିରଫ କରାଯାଇଛି। ଜନ୍ତୁଗୁଡ଼ିକୁ ସାତକୋଶିଆ ୱାଇଲ୍ଡ୍ ଲାଇଫ୍ ଅଞ୍ଚଳରୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି।

Share Now:

Kalinga News Beuro

Next Post

ଦଶାଶ୍ୱମେଧ ଘାଟରେ ବାରୁଣୀ ସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ

Sun Mar 19 , 2023
ଯାଜପୁର: ଆଜି ପବିତ୍ର ବାରୁଣୀ। ଯାଜପୁର ଦଶାଶ୍ୱମେଧ ଘାଟ ପୁଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି।ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୂପ। […]
ଦଶାଶ୍ୱମେଧ ଘାଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial