ଦଶାଶ୍ୱମେଧ ଘାଟରେ ବାରୁଣୀ ସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଦଶାଶ୍ୱମେଧ ଘାଟ

ଯାଜପୁର: ଆଜି ପବିତ୍ର ବାରୁଣୀ। ଯାଜପୁର ଦଶାଶ୍ୱମେଧ ଘାଟ ପୁଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି।
ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୂପ। ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ। ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ। ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି।

Share Now:

Kalinga News Beuro

Next Post

ବାଂଲାଦେଶରେ ପଦ୍ମାସେତୁ ରାସ୍ତାରୁ ବସ୍‌ ଖସି ୧୬ ମୃତ : ୩୦ ଆହତ

Sun Mar 19 , 2023
ଢାକା: ଆଜି ସକାଳେ ବାଂଲାଦେଶର ରାଜଧାନୀ ଢାକା ଅଭିମୁଖେ ଯାଉଥିବା ଗୋଟାଏ ବସ୍‌ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୩୦ଜଣ ଆହତ ହୋଇଛନ୍ତି। ଏହି ବସ୍‌ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବେଳେ ବାକି ଯାତ୍ରୀମାନଙ୍କର ହଠାତ୍‌ ପରିଚୟ ମିଳିପାରି ନାହିଁ। […]
ପଦ୍ମାସେତୁ ରାସ୍ତାରୁ ବସ୍‌ ଖସି ୧୬ ମୃତ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial