ବିସ୍‌ଲେରି ଦାଇତ୍ୱ ସମ୍ଭାଳିବେ ଜୟନ୍ତୀ ଚୌହାନ : ଝିଅ ରାଜି ହେବାରୁ ବାପାଙ୍କ ଚିନ୍ତା ଗଲା

ଝିଅ ରାଜି ହେବାରୁ ବାପାଙ୍କ ଚିନ୍ତା ଗଲା

ବେଙ୍ଗାଲୁରୁ: ପାନୀୟ ବୋତଲ କହିଲେ ଲୋକମାନଙ୍କ ମନକୁ ଆସୁଥିବା ସର୍ବପ୍ରଥମ ନାମ ହେଉଛି ବିସ୍‌ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହାନ ସମ୍ଭାଳି ପାରୁନାହାନ୍ତି। ଜାଣିବାକୁ ମିଳିଛି ଯେ ଏହାକୁ ଏବେ ତାଙ୍କ ଝିଅ ଜୟନ୍ତୀ ଚୌହାନ ସମ୍ଭାଳିବେ। ପୂର୍ବରୁ ସେ ଏହି ଦାଇତ୍ୱ ନେବାକୁ ରାଜି ହେଉନଥିଲେ। ୪୨ ବର୍ଷୀୟା ଜୟନ୍ତୀ ଏବେ ବିସ୍‌ଲେରିର ଅଧ୍ୟକ୍ଷା। ବିସ୍‌ଲେରିକୁ ୧୦୦ କୋଟି ଡଲାରରୁ ଅଧିକ ଦାମ୍‌ରେ କିଣିବା ଲାଗି ତାହାର ମାଲିକ ସହ ଟାଟା ଗ୍ରୁପ୍ ଆଲୋଚନା କରୁଥିଲା। ମାତ୍ର ଦାମ୍‌ରେ ମୁଲଚାଲ ଠିକ୍ ଦିଗରେ ଗତି ନକରିବାରୁ ଆଲୋଚନାକୁ ଅଟକାଇ ଦିଆଯିବା ପରେ ରମେଶ ଚୌହାନଙ୍କ ଚିନ୍ତା ବଢ଼ିଥିଲା। ଟାଟା ଗ୍ରୁପ୍ ପ୍ରାୟ ୨ ବର୍ଷ ତଳୁ ବିସ୍‌ଲେରିକୁ କିଣିବାକୁ କଥା ହୋଇଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ କଥାରୁ ଓହରି ଯାଇଥିଲା ଟାଟା।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜୟନ୍ତୀ ଚୌହାନଙ୍କ ପାର୍ଲେ ଗ୍ରୁପ୍ ୧୯୬୯ରେ ଜଣେ ଇଟାଲୀୟ ଉଦ୍ୟୋଗୀଙ୍କଠାରୁ ବିସ୍‌ଲେରିକୁ କିଣିଥିଲେ। ଭାରତର ‌ପାନୀୟ ଜଳ ବୋତଲ ବଜାରର ୬୦ ପ୍ରତିଶତ ଭାଗ ଏହା କବ୍‌ଜାରେ ରହିଛି। କଂପାନିକୁ ବିକ୍ରି କରିବା ଲାଗି ଟାଟା ସହ ଆଲୋଚନା ଜାରି ରହିଛି ବୋଲି ଗତବର୍ଷ ନଭେମ୍ବରରେ ବିସ୍‌ଲେରିର ଅଧ୍ୟକ୍ଷ ରମେଶ ଚୌହାନ ଏକ ଟିଭି ସାକ୍ଷାତକାରରେ ସୂଚନା ଦେଇଥିଲେ। ଜୟନ୍ତୀଙ୍କ ପିଲା ଦିନ ଦିଲ୍ଲୀ, ମୁମ୍ବାଇ ଓ ନ୍ୟୁୟର୍କ ସହରରେ ବିତିଛି। ସେ ତାଙ୍କ ହାଇସ୍କୁଲ୍‌ ପାଠ ସାରିବା ପରେ ପ୍ରଡକ୍ଟ ଡେଭ୍‌ଲପମେଣ୍ଟ୍‌ ପାଠ ପଢ଼ିବାକୁ ଲସ୍‌ଏଞ୍ଜେଲ୍‌ସରେ ଥିବା ଫେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ ଆଣ୍ଡ୍‌ ମର୍ଚେଡାଇଜିଂରେ ନାମ ଲେଖାଇଥିଲେ। ତାପରେ ସେ ଲଣ୍ଡନ କଲେଜ ଅଫ୍‌ ଫେସନ୍‌ରେ ଫେସନ୍‌ ଷ୍ଟାଇଲିଂ ଓ ଫଟୋଗ୍ରାଫିରେ ପାଠ ପଢ଼ିଛନ୍ତି। ସେ ଅନେକ ପ୍ରମୁଖ ସଂସ୍ଥାରେ ଫେସନ୍‌ ଇଣ୍ଟର୍ଣ୍ଣ ରୂପେ କାମ କରିଛନ୍ତି। ସେ ଲଣ୍ଡନ ବିଶ୍ୱ ବିଦ୍ୟାଳୟର ସ୍କୁଲ୍ ଅଫ୍ ଓରିଏଣ୍ଟାଲ୍ ଆଣ୍ଡ୍‌ ଆଫ୍ରିକାନ୍‌ ଷ୍ଟଡିଜରେ ବି ଡିଗ୍ରି ହାସଲ କରିଛନ୍ତି।

Share Now:

Kalinga News Beuro

Next Post

ରଥଯାତ୍ରା ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ୨୯ ଗଛ ଚିହ୍ନଟ

Mon Mar 20 , 2023
ଭଞ୍ଜନଗର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମିଶି ବିଭିନ୍ନ ଜଙ୍ଗଲରେ ରଥକାଠ ଖୋଜାଖୋଜି କରୁଥିଲେ। ରଥ କାଠ ଉପଯୋଗୀ ୩ଟି ଗଛକୁ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ପୁରୁଣା ପାଣି ଜଙ୍ଗଲରୁ […]
ଘୁମୁସର ବନଖଣ୍ଡରୁ ୨୯ ଗଛ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial