ରଥଯାତ୍ରା ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ୨୯ ଗଛ ଚିହ୍ନଟ

ଘୁମୁସର ବନଖଣ୍ଡରୁ ୨୯ ଗଛ

ଭଞ୍ଜନଗର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମିଶି ବିଭିନ୍ନ ଜଙ୍ଗଲରେ ରଥକାଠ ଖୋଜାଖୋଜି କରୁଥିଲେ। ରଥ କାଠ ଉପଯୋଗୀ ୩ଟି ଗଛକୁ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ପୁରୁଣା ପାଣି ଜଙ୍ଗଲରୁ ଚିହ୍ନଟ ହୋଇଛି।
ଠିକ୍ ସେହିଭଳି ଆଖପାଖ ରେଞ୍ଜ ତାରସିଂ ଓ ମୂଜଗଡ଼ ବାଇବାଲି ଅଞ୍ଚଳରୁ ୨୬ ଟି ଗଛ ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ପ୍ରକ୍ରିୟାରେ ପୁରୀ ମନ୍ଦିର ପ୍ରଶାସନ ସେବାୟତ ସୁଦର୍ଶନ ମେକାପଙ୍କ ସହ ୬ଜଣ ସେବାୟତ, ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ରେଞ୍ଜର ବିମ୍ବାଧର ସାହୁ, କୁମର ବେହେରା ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

ହୃଦୟସ୍ପର୍ଶୀ ଦୃଶ୍ୟ: ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ହାର୍ଦ୍ଦିକଙ୍କ ଜୋତା ଫିତା ବାନ୍ଧିଲେ ଅଷ୍ଟ୍ରେଲିଆର କ୍ରିକେଟର

Mon Mar 20 , 2023
ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ଵିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳା ଯାଇଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଥିଲା।ଏହି ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ଏକ ଦୃଦୟସ୍ପର୍ଶୀ […]
ହୃଦୟସ୍ପର୍ଶୀ ଦୃଶ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial