ନବ ଦାସ ହତ୍ୟା ପ୍ରସଙ୍ଗ : ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି

ଭୁବନେଶ୍ଵର: ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୁଲିସ ସହ କିଛି ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ନବ ଦାସ ହତ୍ୟା ପ୍ରସଙ୍ଗରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ। ଏହାପରେ କେତେକ କର୍ମୀଙ୍କୁ ପୁଲିସ ଉଠାଇନେଇଥିଲା। ଏହା ଆଗରୁ ବିଧାୟକ ସୁଶାନ୍ତ ସିଂହଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଘେରିଥିଲା ଛାତ୍ର କଂଗ୍ରେସ। ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରିବା ସହ ସୁଶାନ୍ତଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିଲେ ଛାତ୍ର କଂଗ୍ରେସର ସଦସ୍ୟ।

Share Now:

Kalinga News Beuro

Next Post

କୁକୁଡ଼ା ଭୃଣରୁ ମିଳିଲା ପ୍ଲାଷ୍ଟିକ : ମଣିଷ ଶରୀର ଉପରେ ପଡ଼ିପାରେ ଅନେକ କୁ-ପ୍ରଭାବ

Tue Mar 21 , 2023
ନୂଆଦିଲ୍ଲୀ: ଭବିଷ୍ୟତରେ ହୁଏତ କୁକୁଡ଼ା ମାଂସ ନଖାଇବା ଭଳି ପରିସ୍ଥିତି ମୁଣ୍ଡ ଟେକିପାରେ। କାରଣ କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିଛି। ଭୃଣରେ ପ୍ଲାଷ୍ଟିକ ରହିବା ହେତୁ କୁକୁଡା ଶରୀର ଠିକ ଭାବେ ବିକଶିତ ହୋଇପାରୁନାହିଁ। ଯଦି ଏଭଳି କୁକୁଡ଼ା ମାଂସ ମଣିଷ ଖାଇବ ତେବେ ତାର ଶରୀର ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିବ। ଏଭଳି ଆଶ୍ଚର୍ଯ୍ୟଜନକ ରିପୋର୍ଟ ନିକଟ‌ରେ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।ଅଧ୍ୟୟନର ରିପୋର୍ଟରୁ […]
କୁକୁଡ଼ା ଭୃଣରୁ ମିଳିଲା ପ୍ଲାଷ୍ଟିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial