ଭାରତର ଯେସାକୁ ତେସା ନୀତି : ଦିଲ୍ଲୀରେ ଥିବା ବ୍ରିଟିସ୍ ଦୂତାବାସ ଆଗରୁ ହଟିଲା ବ୍ୟାରିକେଡ୍ସ

ଭାରତର ଯେସାକୁ ତେସା ନୀତି

ନୂଆଦିଲ୍ଲୀ : ଦିଲ୍ଲୀର ୨, ରାଜାଜୀ ମାର୍ଗରେ ଥିବା ୟୁକେ ହାଇକମିସନ ବାହାରେ ଲଗାଯାଇଥିବା ବ୍ୟାରିକେଡ୍ସକୁ ବୁଧବାର ହଟାଇ ଦିଆଯାଇଛି। ଏପରିକି ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିକ୍ସଙ୍କ ବାସଭବନ ଆଗରୁ ବି ବ୍ୟାରିକେଡ୍ଟ ହଟାଯାଇଛି। ଏହା ପଛର କାରଣ କ’ଣ, ଏ ନେଇ ସରକାରୀ ସୂତ୍ରରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ଲଣ୍ଡନରେ ଥିବା ଭାରତୀୟ ହାଇକମିସନରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ ସହ ମଧ୍ୟ ଏହାକୁ ଯୋଡ଼ାଯାଉଛି। ଭାରତ ଯେସାକୁ ତେସା ନୀତି ଗ୍ରହଣ କରୁଥିବା କୁହାଯାଉଛି।
ଗତ ରବିବାର ଖଲିସ୍ତାନ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିସନ ପରିସରରେ ପ୍ରବେଶ କରି ଭାରତର ଜାତୀୟ ପତାକାକୁ ଓହ୍ଲାଇ ଦେଇ ଖଲିସ୍ତାନ ପତାକା ଲଗାଇଥିଲେ। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଓ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା। ଏଥିସହ ଏଭଳି ଘଟଣାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ଦରକାର ବୋଲି କହିଥିଲା। ଏହା ପରେ ବ୍ରିଟିସ ପୁଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହା ସହିତ ବ୍ରିଟିସ ସରକାର ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଅତ୍ୟନ୍ତ ଅପମାନଜନକ ଏବଂ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଲଣ୍ଡନ ମେୟର ସାଦିକ ଖାନ୍ ଟ୍ୱିଟ୍ କରି ଏହାକୁ ନିନ୍ଦା କରିଥିଲେ। ଘଟଣାର ତଦନ୍ତ ଚାଲିଛି। ଲଣ୍ଡନ ମେଟ୍ରୋପଲିଟାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ଦ୍ଵାରା ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ଗୃହ ସରଗରମ

Wed Mar 22 , 2023
ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ଵାରା ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ନ ହେବାକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଅଣା ଯାଇଥିବାରୁ ତାକୁ ଗ୍ରହଣ କରା ଗଲାନି କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ପୂର୍ବରୁ ଯେବେ ସ୍ୱାଧିକାର ଭଙ୍ଗ ନୋଟିସ୍ ମୁଁ ଯେଉଁ […]
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ଦ୍ଵାରା ସ୍ୱାଧିକାର ଭଙ୍ଗ ନୋଟିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial