ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ଦ୍ଵାରା ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ଗୃହ ସରଗରମ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ଦ୍ଵାରା ସ୍ୱାଧିକାର ଭଙ୍ଗ ନୋଟିସ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ଵାରା ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ନ ହେବାକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଅଣା ଯାଇଥିବାରୁ ତାକୁ ଗ୍ରହଣ କରା ଗଲାନି କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ପୂର୍ବରୁ ଯେବେ ସ୍ୱାଧିକାର ଭଙ୍ଗ ନୋଟିସ୍ ମୁଁ ଯେଉଁ ଦିନ ଦେଇଛି ସେହି ଦିନ ଗ୍ରହଣ ହୋଇଛି କିନ୍ତୁ ଆଜି ବାଚସ୍ପତି କହୁଛନ୍ତି ସ୍ୱାଧିକାର ଭଙ୍ଗ ନୋଟିସ ପୂର୍ବ ଦିନ ଦିଆ ଯିବାର ନିୟମ ରହିଛି। ତା’ପରେ ତାକୁ ଅନୁଧ୍ୟାନ କରି ଉପସ୍ଥାପିତ କରିବା ପାଇଁ କୁହାଯିବ। ଏହା ମୋ ପ୍ରତି ଅନ୍ୟାୟ ହେଉଛି। ଆଉ ସେପଟେ ଏହାକୁ ସମର୍ଥନ ବି କରିଥିଲେ ବିରୋଧୀ ଦଳ ନେତା। କାହିଁକି ନରସିଂହ ମିଶ୍ରଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ ମୁଭ କରିବାକୁ ଦିଆଯାଉନି ବୋଲି ସେ କହିଥିଲେ।
ଏଥିସହ ସେ କହିଥିଲେ ‌ଯେ ବିଧାନସଭାରେ ବିନା ଅନୁମତିରେ କେମିତି ମୁଖ୍ୟମନ୍ତ୍ରୀ ଲିଖିତ ବିବୃତି ପଢିଲେ। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ ବିରୋଧୀ ଓ ଶାସକ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଗୋଟିଏ ପଏଣ୍ଟ ସବୁବେଳେ ଉଠାଉଛନ୍ତି ଲିଖିତ ବିବୃତି କାହିଁକି ପଢୁଛନ୍ତି। ଜଣେ ମନ୍ତ୍ରୀ ଗୋଟେ ଡ଼କ୍ୟୁମେଣ୍ଟ ପଢି ପାରିବା ନିୟମ ରହିଛି। ଲୋକସଭାରେ ବି ଏହି ବ୍ୟବସ୍ଥା ରହିଛି। ତେଣୁ ଏଥିରେ କିଛି ଅସୁବିଧା ନାହିଁ।

Share Now:

Kalinga News Beuro

Next Post

‘ପଶ୍ଚିମବଙ୍ଗ ଭବନ’ ପାଇଁ ଜାଗା ପସନ୍ଦ ‌ପରେ ଜଗା ଦର୍ଶନ କଲେ ମମତା ବାନାର୍ଜୀ

Wed Mar 22 , 2023
ପୁରୀ: ପୁରୀର ଶାମୁକା ପ୍ରକଳ୍ପ ଅଞ୍ଚଳରେ ମଙ୍ଗଳା ନଦୀକଡ଼ରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ମିଳିଥିବା ଜାଗାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପସନ୍ଦ କରିଛନ୍ତି। ଏହା ପରେ ମମତା ବାନାର୍ଜୀ ଆଜି ଅପରାହ୍‌ଣ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ପରେ ସେ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ମମତାଙ୍କ […]
‘ପଶ୍ଚିମବଙ୍ଗ ଭବନ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial