‘ପଶ୍ଚିମବଙ୍ଗ ଭବନ’ ପାଇଁ ଜାଗା ପସନ୍ଦ ‌ପରେ ଜଗା ଦର୍ଶନ କଲେ ମମତା ବାନାର୍ଜୀ

‘ପଶ୍ଚିମବଙ୍ଗ ଭବନ’

ପୁରୀ: ପୁରୀର ଶାମୁକା ପ୍ରକଳ୍ପ ଅଞ୍ଚଳରେ ମଙ୍ଗଳା ନଦୀକଡ଼ରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ମିଳିଥିବା ଜାଗାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପସନ୍ଦ କରିଛନ୍ତି। ଏହା ପରେ ମମତା ବାନାର୍ଜୀ ଆଜି ଅପରାହ୍‌ଣ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ପରେ ସେ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ମମତାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପ୍ରଶାସନ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଉଦେଶ୍ୟରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ଜାଗା ଦେଇଛି। ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଆଜି ଅପରାହ୍‌ଣରେ ମମତାଙ୍କୁ ଏହି ଜାଗା ଦେଖାଇଛନ୍ତି। ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ହେବ ଏହି ଜାଗାରେ ଅତିଥି ଭବନ ନିର୍ମାଣ ହେବ। ବଙ୍ଗୀୟ ପର୍ଯ୍ୟଟକମାନେ ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ।
ମଙ୍ଗଳବାର ଠାରୁ ମମତା ବାନାର୍ଜୀ ଓଡ଼ିଶାକୁ ୩ଦିନିଆ ଗସ୍ତ କରିଛନ୍ତି। ସେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ପୁରୀରେ ପହଞ୍ଚିଥିଲେ। ସେଠାରେ ସେ ପ୍ରାୟ ୪୮ ଘଣ୍ଟା ରହିବେ। ନିର୍ମାଣ ନିବାସର ସମସ୍ତ କକ୍ଷ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମତୀ ବାନାର୍ଜୀ ଓ ସାଙ୍ଗରେ ଆସିଥିବା ମନ୍ତ୍ରୀ, ଅଧିକାରୀଙ୍କ ପାଇଁ ବୁକିଂ ରଖାଯାଇଛି। ନିର୍ମାଣ ନିବାସର ୨୦୫ ନମ୍ବର କକ୍ଷରେ ମମତାଙ୍କ ରହିବା ବ୍ୟବସ୍ଥା କରାଯାଇଥିବାବେଳେ ବାକି କକ୍ଷରେ ମନ୍ତ୍ରୀ, ଅଧିକାରୀମାନେ ରହିଛନ୍ତି। ମମତା ବାନାର୍ଜୀ ଗୁରୁବାର ଅପରାହ୍‌ଣ ୩ଟାରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ବାହାରିବେ।

Share Now:

Kalinga News Beuro

Next Post

ଶିଶୁଭବନ ଛକରେ ହୋର୍ଡିଂ ଟାୱାର ଉପ‌ରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Wed Mar 22 , 2023
ଭୁବନେଶ୍ୱର: ଶିଶୁଭବନ ଛକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୪୦ ଫୁଟ ଉଚ୍ଚ ହୋର୍ଡିଂ ଟାୱାର ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଯୁବକ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁବକଙ୍କ ନାମ ଟୁଲୁ ପାତ୍ର ଓ […]
ଶିଶୁଭବନ ଛକରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial