ନାବାଳିକାଙ୍କୁ ଅସଦାଚରଣ କରି ଟ୍ରେନର ଅନ୍ୟ ବଗିରେ ଲୁଚିଥିଲେ ଯୁବକ : ଧରିପକାଇଲେ ଯାତ୍ରୀ

ନାବାଳିକାଙ୍କୁ ଅସଦାଚରଣ

କାନପୁର: ବିଳମ୍ବିତ ରାତିରେ ଟ୍ରେନରେ ଯାଉଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ପରେ ଟ୍ରେନର ଅନ୍ୟ ବଗିରେ ଲୁଚିଥିବା ଯୁବକକୁ ଯାତ୍ରୀମାନେ ଧରି ପୁଲିସର ଜିମା ଦେଇଛନ୍ତି। କାନପୁରରେ ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ କାନପୁର ସହରରେ ରହୁଥିବା ଜଣେ ଓକିଲ ତାଙ୍କ ପରିବାର ସହିତ ମାତା ଵୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଜମ୍ମୁ ଯାଇଥିଲେ। ଆଉ ଦର୍ଶନ ପରେ ସେ ବୁଧବାର ଦିନ ପରିବାର ସହିତ ସୁବେଦରଗଞ୍ଜ ସୁପରଫାଷ୍ଟ ଟ୍ରେନ ଯୋଗେ କାନପୁରକୁ ଫେରୁଥିଲେ। ତାଙ୍କର ୧୩ ବର୍ଷର ଝିଅ ଉପର ବର୍ଥରେ ଶୋଇଥିବାବେଳେ ମଧ୍ୟମ ବର୍ଥରେ ପତ୍ନୀ ଏବଂ ନିମ୍ନ ବର୍ଥରେ ଓକିଲ ଜଣକ ଶୋଇଥିଲେ। ଟ୍ରେନ୍ ରାତି ପ୍ରାୟ ୨ଟା ସମୟରେ ମୁଜାଫରନଗର ନିକଟରେ ପହଞ୍ଚିବା ମାତ୍ରେ ଜଣେ ଅଜ୍ଞାତ ବ୍ୟକ୍ତି ଉପର ବର୍ଥ ଉପରକୁ ଚଢି ଓକିଲଙ୍କ ଝିଅକୁ ଧରି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ।
ଆଉ ନାବାଳିକା ଜଣକ ବଡ ପାଟିରେ ଚିତ୍କାର କରିଥିଲେ। ଯେତେବେଳେ ନାବାଳିକା ଜଣକ ବିରୋଧ କରିଥିଲେ, ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ପଳାଇ ଅନ୍ୟ ଏକ ବଗିରେ ଲୁଚି ରହିଥିଲା। ଓକିଲ ଅନ୍ୟ ଯାତ୍ରୀଙ୍କ ସହାୟତାରେ ଅଭିଯୁକ୍ତକୁ ଅନ୍ୟ ଏକ ବଗିରୁ ଧରିଥିଲେ। ଆଉ ଯାତ୍ରୀମାନେ ଯୁବକଙ୍କୁ ଉତ୍ତମମଧ୍ୟମ ଦେଇଥିଲେ। ପରେ ଯାତ୍ରୀମାନେ ଏହି ଯୁବକଙ୍କୁ ଜିଆରପି ପୁଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଟ୍ରେନ ମୁଜାଫରନଗରରେ ପହଞ୍ଚିବା ପରେ କନଷ୍ଟେବଳ ଜଣକ ଅଭିଯୁକ୍ତଙ୍କୁ ଛାଡିଦେଇଥିଲେ।ଏହି ଘଟଣାକୁ ନେଇ ପୀଡିତାଙ୍କ ପରିବାର ପୁନର୍ବାର ଅଭିଯୁକ୍ତଙ୍କ ଫଟୋ ଏବଂ ଭିଡିଓ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।

Share Now:

Kalinga News Beuro

Next Post

ପୁଣି ବନ୍ଦ ହେଲା ଖଣ୍ଡଗିରି-ଉଦୟଗିରି ମଝି ରାସ୍ତା

Fri Mar 24 , 2023
ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ପୁଣି ବନ୍ଦ କରାଯାଇଛି। ଖଣ୍ଡଗିରି ଯାତ୍ରା ପୂର୍ବରୁ ବ୍ୟାରିକେଡ୍‌ କରି ଏହି ରାସ୍ତାକୁ ବନ୍ଦ କରାଯାଇଥିଲା। କିନ୍ତୁ ଖଣ୍ଡଗିରି ମେଳା ସରିବା ପରେ ଏଏସ୍‌ଆଇର ଦାୟିତ୍ବହୀନତା ପାଇଁ ବ୍ୟାରିକେଡ୍‌ ସୁରକ୍ଷିତ ରହିପାରିଲାନାହିଁ ଏବଂ ଉକ୍ତ ରାସ୍ତାରେ ଲୋକେ ଯାତାୟାତ କରିବା ଆରମ୍ଭ କରିଥିଲେ। ଏମିତିକି ଭାରୀଯାନ ବି ଚଳାଚଳ ଆରମ୍ଭ ହୋଇଯାଇଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏଏସ୍‌ଆଇର ଚେତା ଫେରିଛି। […]
ବନ୍ଦ ହେଲା ଖଣ୍ଡଗିରି-ଉଦୟଗିରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial