ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଶିକାର ବନିଲେ ୪ ମଇଁଷି

୪ଟି ମଇଁଷିଙ୍କୁ ଶିକାର କଲା ବାଘ

କେନ୍ଦୁଝର: କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରିଥିବା ସୂଚନା ରହିଛି। ଖବର ଅନୁସାରେ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁରୁ ମଇଁଷି ପଲ୍ଲ ରାତ୍ରିରେ ଜଙ୍ଗଲରେ ବୁଲୁଥିବା ବେଳେ ବାଘ ୪ଟି ମଇଁଷିକୁ ମାରି ଖାଇଥିବା ଜାଣିବାକୁ ମିିଳିଛି। ଖବର ପାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରୁଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ କ୍ୟାମେରାରୁ ଜଣାପଡିଥିଲା। ପରେ ପରେ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ୪ ଗୋଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି। ଏଥିସହିତ ଏସିଏଫଙ୍କ ନେତୃତ୍ୱରେ ଏକ ସ୍କୁଆଡ଼ ଗଠନ ହୋଇ ପରିସ୍ଥିତି ଅନୁଧ୍ୟାନ କରାଯାଉଛି।

Share Now:

Kalinga News Beuro

Next Post

ଜଳବାୟୁ ପରିବର୍ତ୍ତନର ପରିଣତି : ନିମ୍ବ ଗଛକୁ ଫିମ୍ପି ବିପଦ

Sun Mar 26 , 2023
ଭୁବନେଶ୍ବର: ରାଜଧାନୀରେ ନିମ୍ବ ଗଛ ପ୍ରତି ବିପଦ ମାଡ଼ିଆସୁଥିବା ଆଶଙ୍କା ପ୍ରକାଶ ପାଇଛି। ଜୟଦେବବିହାର, ଆଚାର୍ଯ୍ୟବିହାରଠାରୁ ବରମୁଣ୍ଡା ଏବଂ ଏଜି ଛକ ପର୍ଯ୍ୟନ୍ତ ଯେଉଁଠି ମଧ୍ୟ ନିମ୍ବ ଗଛ ରହିଛି, ସେସବୁରୁ ପତ୍ର ପୋଡ଼ି ଯାଉଥିବା ବେଳେ ବହୁ ଡାଳ ଶୁଖିବା ସହ ଭାଙ୍ଗି ଯାଉଛି। ଡାଇବେକ୍‌ ଡିଜିଜ୍‌ ନାମକ ଏକ ଫଙ୍ଗସ୍‌ ବା ଫିମ୍ପି ଯୋଗୁଁ ନିମ୍ବ ଗଛକୁ ଏଭଳି ବିପଦ ଗ୍ରାସ କରୁଛି ବୋଲି କହିଛନ୍ତି ଓଡ଼ିଶା […]
ନିମ୍ବ ଗଛକୁ ଫିମ୍ପି ବିପଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial