ଜଳବାୟୁ ପରିବର୍ତ୍ତନର ପରିଣତି : ନିମ୍ବ ଗଛକୁ ଫିମ୍ପି ବିପଦ

ନିମ୍ବ ଗଛକୁ ଫିମ୍ପି ବିପଦ

ଭୁବନେଶ୍ବର: ରାଜଧାନୀରେ ନିମ୍ବ ଗଛ ପ୍ରତି ବିପଦ ମାଡ଼ିଆସୁଥିବା ଆଶଙ୍କା ପ୍ରକାଶ ପାଇଛି। ଜୟଦେବବିହାର, ଆଚାର୍ଯ୍ୟବିହାରଠାରୁ ବରମୁଣ୍ଡା ଏବଂ ଏଜି ଛକ ପର୍ଯ୍ୟନ୍ତ ଯେଉଁଠି ମଧ୍ୟ ନିମ୍ବ ଗଛ ରହିଛି, ସେସବୁରୁ ପତ୍ର ପୋଡ଼ି ଯାଉଥିବା ବେଳେ ବହୁ ଡାଳ ଶୁଖିବା ସହ ଭାଙ୍ଗି ଯାଉଛି। ଡାଇବେକ୍‌ ଡିଜିଜ୍‌ ନାମକ ଏକ ଫଙ୍ଗସ୍‌ ବା ଫିମ୍ପି ଯୋଗୁଁ ନିମ୍ବ ଗଛକୁ ଏଭଳି ବିପଦ ଗ୍ରାସ କରୁଛି ବୋଲି କହିଛନ୍ତି ଓଡ଼ିଶା ବାୟୋଡାଇଭର୍‌ସିଟି ବୋର୍ଡର ବରିଷ୍ଠ ବୈଜ୍ଞାନିକ ପ୍ରସାଦ କୁମାର ଦାସ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେଉଛି ବୋଲି ସେ କହିଛନ୍ତି।
ବୈଜ୍ଞାନିକ ଶ୍ରୀ ଦାସଙ୍କ କହିବା ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ଭାବରେ ନିମ୍ବ ଗଛକୁ ଫିମ୍ପି ଆକ୍ରମଣର ଅଭିଯୋଗ ଆସିନାହିଁ। ଏଥିପୂର୍ବରୁ କେବଳ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ନିମ୍ବ ଗଛକୁ ଏହି ଫିମ୍ପି ଆକ୍ରମଣ କରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ତେବେ ରାଜଧାନୀରେ ଯେଉଁଭଳି ଭାବରେ ନିମ୍ବ ଗଛର ଡାଳ ଝଡ଼ି ପଡ଼ୁଛି, ସେଥିରୁ ଫିମ୍ପି ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥିବା ଅନୁମାନ କରାଯାଉଛି। ଏହାର ନିରାକରଣ ପାଇଁ ବ୍ୟାପକ ଭାବରେ କୀଟନାଶକ ସିଞ୍ଚନ କରିବାକୁ ହେବ କିମ୍ବା ଗଛର ଡାଳ ଭାଙ୍ଗିବାକୁ ହେବ। ନିମ୍ବ ଗଛର ଔଷଧୀୟ ମୂଲ୍ୟ ରହିଛି। ତେଣୁ ଫିମ୍ପି ଯୋଗୁ ଏହି ଉପକାରୀ ଗଛ ନଷ୍ଟ ହେବା ମଣିଷ ସମାଜ ପାଇଁ ବଡ଼ ବିପଦ ଦର୍ଶାଉଛି। ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ, ତାହା ସ୍ପଷ୍ଟ ନୁହେଁ। କେବଳ ଭୁବନେଶ୍ବର କି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ସ୍ଥିତି ହୋଇଛି, ସେନେଇ ମଧ୍ୟ ଅନୁସନ୍ଧାନର ଆବଶ୍ୟକତା ରହିଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଉଡ଼ାଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେ‌ଲା କୋଷ୍ଟ ଗାର୍ଡ ହେଲିକପ୍ଟର

Sun Mar 26 , 2023
ନୂଆଦିଲ୍ଲୀ: ବନ୍ଦ ହେଲା କୋଚି ବିମାନବନ୍ଦରର ରନୱେ। ରବିବାର ମଧ୍ୟାହ୍ନରେ ଏକ କୋଷ୍ଟ ଗାର୍ଡ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଏଭଳି କରାଯାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ହେଲିକପ୍ଟରଟି କୋଚି ବିମାନବନ୍ଦରରୁ ଉଡାଣ ଆରମ୍ଭ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାର କିଛି ସମୟ ପରେ ଦୁର୍ଘଟଣାସ୍ଥଳର ଯାଞ୍ଚ ପାଇଁ ବିମାନବନ୍ଦର ରନୱେ ବନ୍ଦ […]
ଉଡ଼ାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେ‌ଲା କୋଷ୍ଟ ଗାର୍ଡ ହେଲିକପ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial