ନେତାଙ୍କ ଘରେ ପାଦସ୍ପର୍ଶ କରି ଆଶୀର୍ବାଦ ନେଲାପରେ ଗୁଳି କରି କଲେ ହତ୍ୟା

ଆଶୀର୍ବାଦ ନେଇ ଗୁଳି କରି କଲେ ହତ୍ୟା

ନୂଆଦିଲ୍ଲୀ: ବିହାରର ହାଜିପୁରରେ ଗତ ଗୁରୁବାର ସନ୍ଧ୍ୟାରେ ଦଳିତ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଡ. ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ କରିବା ଅବସରରେ ଦଳିତ ସେନାର ରାଷ୍ଟ୍ରୀୟ ସଙ୍ଗଠନ ସଚିବ ରାକେଶ ପାସୱାନଙ୍କୁ ୪ ଜଣ ଦୁର୍ବୃତ୍ତ ଅତି ଦୟନୀୟ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଡିଏମ ଓ ଏସପି ସମେତ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛି। ରାକେଶଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।
ଏହି ଘଟଣା ଗତ ଗୁରୁବାର ସନ୍ଧ୍ୟାରେ ଘଟିଥିଲା। ଦଳିତ ସେନାର ରାଷ୍ଟ୍ରୀୟ ସଙ୍ଗଠନ ସଚିବ ରାକେଶ ପାସୱାନ ଲାଲଗଞ୍ଜ ଥାନା ଅଞ୍ଚଳସ୍ଥ ପଞ୍ଚଦମିଆରେ ତାଙ୍କ ଘରେ ଥିଲେ। ସେଠାରେ ସେ ଡ. ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ବ୍ୟସ୍ତରେ ଥିଲେ। ଏହି ସମୟରେ ହଠାତ ଚାରିଜଣ ଲୋକ ଆସି ରାକେଶ ପାସୱାନଙ୍କ ନିକଟରେ ପହଞ୍ଚିଥିଲେ। ଉକ୍ତ ୪ଜଣ ଲୋକ ପ୍ରଥମେ ଦଳିତ ନେତା ରାକେଶଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ଆଉ କେହି କିଛି ବୁଝିବା ପୂର୍ବରୁ ସେମାନେ ହଠାତ ଧାରୁଆ ଅସ୍ତ୍ରଶସ୍ତ୍ର ବାହାର କରି ନେତାଙ୍କ ଉପରକୁ ଆକ୍ରମଣ କରି ଗୁଳି ଚଳାଇଥିଲେ। ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ରାକେଶ ପାସୱାନଙ୍କୁ ତାଙ୍କ ସମର୍ଥକ ଓ ପରିବାରଲୋକ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ। କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

ଋଣଧାରୀଙ୍କ ପାଇଁ ଆଶ୍ୱସ୍ତି : ବ୍ୟାଙ୍କଗୁଡ଼ିକୁ ଆରବିଆଇର ନିର୍ଦ୍ଦେଶ

Fri Apr 14 , 2023
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ନୂଆ ପ୍ରସ୍ତାବ ଲାଗୁ ହେଲେ ତାହା ଋଣଧାରୀମାନେ ଉପକୃତ ହେବାର ସମ୍ଭାବନା ରହିଛି। ଆରବିଆଇ କହିଛି ଯେ ଋଣ ଖିଲାପ ପାଇଁ ବ୍ୟାଙ୍କମାନେ ଋଣଧାରୀଙ୍କ ଉପରେ ଲଗାଉଥିବା ପେନାଲଟି ବା ଜୋରିମାନା ବକେୟା ପ୍ରିନ୍ସିପାଲ (ମୂଳ)ରେ ଯୋଡ଼ାଯାଇପାରିବ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଋଣ ଖିଲାପ କ୍ଷେତ୍ରରେ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଅତିରିକ୍ତ ସୁଧକୁ ରୋକିବାରେ […]
ଋଣଧାରୀଙ୍କ ପାଇଁ ଆଶ୍ୱସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial