ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭାର ଉପସଭାପତି ନିର୍ବାଚିତ

ନୂଆଦିଲ୍ଲୀ: ପୂର୍ବାହ୍ନ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଶାସକ ଏନ୍‌ଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ହୋଇଥିବା ଏହି ଶକ୍ତି ପରୀକ୍ଷାରେ ଏନଡିଏ ପ୍ରାର୍ଥୀ ତଥା ଜନତା ଦଳ (ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ମେଣ୍ଟ ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ରାଜ୍ୟସଭାର ଉପସଭାପତି ଭାବେ ନିର୍ବାାଚିତ ହୋଇଛନ୍ତି। ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଜନତା ଦଳ (ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ୧୨୫ଟି ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦ ୧୦୫ଟି ଭୋଟ୍‌ ପାଇଛନ୍ତି।

ସୂଚନା ଯୋଗ୍ୟ ଯେ ରାଜ୍ୟସଭାର ଉପ ସଭାପତି ନିର୍ବାଚନକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଥିଲା। ବିଶେଷ କରି ଏହି ନିର୍ବାଚନରୁ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଜାତୀୟମେଣ୍ଟ ନେଇ ସୂଚନା ମିଳିବ ବୋଲି ରାଜନୈତିକ ବିଶ୍ଳେଷକମାନେ ଅଙ୍କ କଷୁ ଥିଲେ। କଂଗ୍ରେସ ଦଳ ତାର ରାଜ୍ୟସଭା ସାଂସଦ ବି କେ ହରିପ୍ରସାଦଙ୍କୁ ଉପସଭାପତି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରିିବା ପରେ ତାଙ୍କ ବିଜୟ ପାଇଁ ସମର୍ଥନ ଯୋଗାଡ଼ ନିମନ୍ତେ ତତ୍ପରତା ପ୍ରକାଶ କରିଥିଲା। ୬୪ ବର୍ଷୀୟ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି। ଅନ୍ୟ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ଦେବାକୁ ମନା କରିବା ପରେ ଶେଷରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିଲା। ଅପରପକ୍ଷେ ବିଜେପି ରାଜ୍ୟସଭାର ଉପସଭାପତି ପାଇଁ ପ୍ରାଥୀ ନ ଦେଇ ଏନଡିଏର ସହଯୋଗୀ ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଫଳରେ ବିଜେପି ସହଯୋଗୀ ଦଳଗୁଡ଼ିକୁ ଏକାଠି ରହିବା ପାଇଁ ସୁଯୋଗ ସୃଷ୍ଟି କରିଥିଲା। ହୁଏତ ଖାସ ସେଇଥିପାଇଁ ବିଜେଡି ଓ ଟିଅରଏସ ଏନ୍‌ଡିଏ ପ୍ରାର୍ଥୀ ତଥା ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ଙ୍କୁ ଉପସଭାପତି ନିବାଚନରେ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି।
ରାଜ୍ୟସଭାରେ ବର୍ତ୍ତମାନ ବିଜେପି ସବୁଠାରୁ ବଡ଼ ଦଳ। ଏହାର ସଦସ୍ୟ ସଂଖ୍ୟା ୭୩। ତା ପରେ କଂଗ୍ରେସର ସାଂସଦ ସଂଖ୍ୟା ରହିଛି ୫୦। ସେହିପରି ତୃଣମୂଳ କଂଗ୍ରେସ ,ଏଆଇଡିଏମକେ ଓ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ସଂଖ୍ୟା ୧୩ ଲେଖାଏଁ ରହିଥିବା ବେଳେ ବଜେଡିର ସଦସ୍ୟ ସଂଖ୍ୟା ୯ ରହିଛି। ସେହିପରି ଟିଆରଏସ, ଟିଡିପି ଓ ଜେଡିୟୁର ସହଦ୍ୟ ସଂଖ୍ୟା ୬ ଲେଖାଁଏ ରହିଥିବା ବେଳେ ସିପିଆଇଏମ , ଆରଜେଡିର ସଦସ୍ୟ ସଂଖ୍ୟା ୫ ରହିଛି। ଅନ୍ୟ ଦଳମାନଙ୍କ ମଧ୍ୟରେ ବିଏସପି, ଏନସିପି, ଡିଏମକେର ୪ ଜଣ ଲେଖାଏଁ ସଦସ୍ୟ ଥିବା ବେଳେ ଶିବସେନା ଓ ଆମ୍‌ ଆଦ୍‌ମି ପାର୍ଟିର ୩ ଜଣ ଲେଖାଁଏ ସଦସ୍ୟ ରହିଛନ୍ତିି। ସେହିପରି ଓ୍ଵାଇଏସଆର କଂଗ୍ରେସ, ସିପିଆଇର ଓ ପିଡ଼ିପିର ରାଜ୍ୟ ସଭାରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।ଟିଆରଏସ ଏହି ନିର୍ବାଚନରେ ଭୋଟ୍‌ ଦାନରୁ ବିରତ ରହିଥିଲା।

Share Now:

Kalinga News Beuro

Leave a Reply

Next Post

ଋଷର ସାମରିକ ପ୍ରଶିକ୍ଷଣ କେନ୍ଦ୍ରରେ ଯୁଦ୍ଧ କୌଶଳ ଶିଖିବେ ପାକିସ୍ତାନୀ ସୈନିକ ଓ ଅଧିକାରୀ

Thu Aug 9 , 2018
ନୂଆଦିଲ୍ଲୀ: ଏଣିକି ପାକିସ୍ତାନୀ ସୈନିକ ଓ ସେନା ଅଧିକାରୀ ଋଷୀୟ ସାମରିକ ପ୍ରଶିକ୍ଷଣ ସଂସ୍ଥାରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇବେ ବୋଲି ନିକଟରେ ଜାଣିବାକୁ ମିିଳିଛି। ଏହି ଦୁଇ ଦେଶ ମଧ୍ୟରେ ଏପରି ସଂପର୍କ ସ୍ଥାପନ ଗତ କିଛି ବର୍ଷ ଧରି ବିଶ୍ୱ ରାଜନୀତିକୁ ପ୍ରଭାବିତ କରି ଆସୁଥିଲା। ରୁଷିଆନ୍‌ ଫେଡରେସନ୍‌(ଆର୍‌ଏଫ୍‌)ର ପ୍ରଶିକ୍ଷଣ ସଂସ୍ଥାରେ ପାକିସ୍ତାନୀ ସୈନିକ ଓ ସେନା ଅଧିକାରୀ ପ୍ରଶିକ୍ଷଣ ନେବା ନେଇ ଗୁରୁବାର ଏହି ଦୁଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial