ବାରବାଟୀରେ ଲଙ୍କା ପରାସ୍ତ – ୯୩ ରନ୍‌ରେ ଜିତିଲା ଭାରତ

କଟକ : ବାରବାଟୀରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କାକୁୁ ଧୂଳି ଚଟାଇ ଟେ୍ଵଣ୍ଟି-୨୦ରେ ସର୍ବବୃହତ ବିଜୟ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ୧୮୦ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ୯୩ ରନରେ ପରାସ୍ତ ହୋଇଛି। ଟେ୍ଵଣ୍ଟି-୨୦ରେ ରନ୍‌ ବ୍ୟବଧାନରେ ଏହା ଭାରତର ସର୍ବବୃହତ ବିଜୟ। ଭାରତକୁ ଏହି ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ୨୩ ରନ ବିନିମୟରେ ୪ ଓ୍ଵିକେଟ ନେଇ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ ହରାଇ ଲୋକେଶ ରାହୁଲଙ୍କ ୬୧ ସହାୟତାରେ ୧୮୦ ରନ୍‌ କରିଥିଲା। ୧୮୧ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚହଲ, ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଶ୍ରୀଲଙ୍କା ବ୍ୟାଟିଂକୁ ଧ୍ୱସ୍ତବିଧ୍ୱସ୍ତ କରି ପକାଇଥିଲେ। ଫଳରେ ଶ୍ରୀଲଙ୍କା ଇନିଂସ ମାତ୍ର ୧୬ ଓଭରରେ ୮୭ ରନରେ ସୀମିତ ରହିଥିଲା।

Share Now:

Kalinga News Beuro

Leave a Reply

Next Post

୬୫୨୪ କୋଟିରେ ବିନିମୟରେ ହେବ ୧୯୮ ମେଗା ଉଠାଜଳସେଚନ ପ୍ରକଳ୍ପ

Thu Dec 21 , 2017
ଭୁବନେଶ୍ୱର : ରାଜ୍ୟରେ ୬୫୨୪ କୋଟି ବ୍ୟୟରେ ୧୯୮ଟି ବୃହତ୍‌ (ମେଗା) ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ମଂଜୁର କରିଛନ୍ତି। ସମସ୍ତ ପ୍ରକଳ୍ପ ମଧ୍ୟରୁ ୭୦ଟି ପ୍ରକଳ୍ପ ୨୦୧୮ ମାର୍ଚ ମାସ ଏବଂ ଆଉ ୪୦ଟି ପ୍ରକଳ୍ପ ଜୁନ୍‌ ମାସ ସୁଦ୍ଧା ସରିବ। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତିି। ଏହି ପରିପ୍ରେକ୍ଷୀରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial