ରାଜଧାନୀରେ ଯୁବକଙ୍କୁ ହତ୍ୟା: ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ଡିସିପି ପ୍ରତୀକ ସିଂହ। ସେ କହିଛନ୍ତି, ‘ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଘଟଣା ଘଟାଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାହେବ।’
ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ପାରିବାରିକ କଳହ ଯୋଗୁ ୩ରୁ ୪ ଜଣ ଯୁବକ ମିଶି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁଶାନ୍ତ ନାୟକ ଭୋର ୪ଟା ସମୟ‌ରେ ତାଙ୍କ ସ୍ତ୍ରୀଙ୍କୁ ଚାକିରି ସ୍ଥାନରେ ଛାଡି ଫେରୁଥିବା ସମୟରେ ହତ୍ୟାକାରୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସୂଚନା ରହିଛି ଯେ ସୁଶାନ୍ତଙ୍କ ନାବାଳିକା ଝିଆରୀକୁ ମାସେ ପୂର୍ବରୁ ଅସଦାଚରଣ କରିଥିଲେ ସୁଜିତ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ଏହି ବିବାଦ ଯୋଗୁ ସୁଜିତ ସୁଶାନ୍ତଙ୍କୁ ହତ୍ୟା କରିଥିବା ସୁଶାନ୍ତଙ୍କ ମାଆ ଅଭିଯୋଗ ଆଣି ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ଅନ୍ୟପକ୍ଷେ ସୁଜିତ୍ ନାୟକ ଓ ତାର ପରିବାର ଲୋକ ଘଟଣା ଘଟାଇ କେଉଁଆଡ଼େ ଫେରାର ଅଛନ୍ତି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ପ୍ରସଙ୍ଗରେ ଓଡିଏ କୋର୍ଟରେ ଶୁଣାଣି : ମଞ୍ଜୁରି ସର୍ତ୍ତ ମୁତାବକ ପ୍ଲାନ୍ ବାତିଲ୍‌

Wed May 24 , 2023
ଭୁବନେଶ୍ୱର: ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ ସମ୍ପୃକ୍ତ ବିଲଡରଙ୍କୁ ଝଟ୍‌କା ଲାଗିଛି। ବିଡିଏ ପ୍ଲାନ୍‌ ‌ଦେବା ବେଳେ ରଖିଥିବା ସର୍ତ୍ତ ମୁତାବକ ସମ୍ପୃକ୍ତ ଆପାର୍ଟମେଣ୍ଟର ପ୍ଲାନ୍‌ ଆପେ ବାତିଲ ହୋଇଯାଇଛି। ଯେକୌଣସି ମୂହୁର୍ତ୍ତରେ ଜମିକୁ ନେଇ ବିବାଦ ଉଠିଲେ ବା ଜମିର କିସମ ବଦଳିଲେ ପ୍ଲାନ୍‌ ଆପେ ବାତିଲ ହୋଇଯିବ ବୋଲି ଉଲ୍ଲେଖ ଥିବାରୁ ୨୦୧୦ ମସିହାରେ ନିଆ ଯାଇଥିବା ୪ ମହଲା ଓ ୨୦୧୪ ମସିହାରେ ନିଆଯାଇଥିବା […]
ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial