ଶବକୁ ମିଳିଲାନି ନିଜ ଲୋକଙ୍କ କାନ୍ଧ : ୨ ବର୍ଷର ପୁଅକୁ ଧରି ପୁଲିସ୍‌ ଦେଲା ମୁଖାଗ୍ନି

ପୁଲିସ୍‌ ଦେଲା ମୁଖାଗ୍ନି

ମନେନ୍ଦ୍ରଗଡ଼: ଛତିଶଗଡ଼ର ମନେନ୍ଦଗ୍ରଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଗରୁଷା ପାଇଁ ଜଣେ ମୃତକଙ୍କୁ ତାଙ୍କ ପରିବାର ଲୋକ ଶେଷ ସମୟରେ କାନ୍ଧ ଟିକେ ଦେବାକୁ ବି ଆସିଲେ ନାହିଁ। ବାଧ୍ୟ ହୋଇ ପୁଲିସ୍‌ ଶବଟିର ଅନ୍ତିମ ସତ୍କାର କରିଛି। ଜାଣିବାକୁ ମିଳିଛି ‌ଯେ ପୁଲିସ୍‌ ମୃତକଙ୍କ ଦୁଇ ବର୍ଷର ପିଲାକୁ କାଖରେ ଧରି ମୃତକଙ୍କୁ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି। ସୂଚନାରୁ ଜାଣିବାକୁ ମିଳିଛି ‌ଯେ ଗୌଲିୟର୍‌ର ବାସିନ୍ଦା ନିକି ବାଲ୍ମିକୀ ଏବଂ କୋରବାର ବାସିନ୍ଦାର ସବିତା ଭିନ୍ନ ଜାତିରେ ବିବାହ କରିଥିଲେ। ସେମାନେ ଭିନ୍ନ ଜାତିରେ ବିବାହ କରିଥିବା କାରଣରୁ ସେମାନଙ୍କ ସହ ପରିବାର ଓ ସଂପର୍କୀୟ ଲୋକ ସଂପର୍କ କାଟି ଦେଇଥିଲେ। ସେମାନେ ମନେନ୍ଦ୍ରଗଡ଼ ପରେ ରାୟପୁରରେ ଯାଇ ମଜୁରୀ କାମ କରି ପେଟ ପୋଷୁଥିଲେ।
କିଛି ଦିନ ହେବ ନିକିଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଯେଉଁ କାରଣରୁ ସେ କାମ ବି ଠିକ୍‌ ଭାବେ କରିପାରୁନଥିଲେ। ଫଳରେ ସେ ଯାହା ପାଖରେ କାମ କରୁଥିଲେ ଉକ୍ତ ମାଲିକ ଏକ ଗାଡ଼ି କରି ପତି-ପତ୍ନୀଙ୍କୁ ମନେନ୍ଦଗ୍ରଡ଼ ପଠାଇ ଦେଲେ। ବାଟରେ ହିଁ ନିକିଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ି ଚାଳକ ନିକିଙ୍କୁ ତାଙ୍କ ପତ୍ନୀଙ୍କ ସହ ବିଳାସପୁରର ରତନପୁର ରାସ୍ତା କଡ଼ରେ ଓହ୍ଲାଇ‌ ଦେଲେ। ଆଖପାଖ ଲୋକଙ୍କ ସହାୟତାରେ ସବିତା କୌଣସି ପ୍ରକାରେ ନିଜ ପତିଙ୍କ ମୃତଶରୀର ନେଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରିକି ସ୍ୱାମୀଙ୍କ ଶବ ଦାହ କରିବାକୁ ପାଖରେ ଟଙ୍କା ନଥିବାରୁ ସେ କାମ ପୁଲିସ୍‌ କରିଥିଲା। ପାଖରେ କେହି ବି ହେଲେ ପରିବାର ଲୋକ ପହଞ୍ଚିନଥିଲେ।

Share Now:

Kalinga News Beuro

Next Post

ଯନ୍ତ୍ରୀଙ୍କ ଉଦ୍ଭଟ ବୁଦ୍ଧି : ରାସ୍ତା କଲେ, ଖୁଣ୍ଟ ଉଠାଇଲେନି

Thu May 25 , 2023
ଚନ୍ଦ୍ରଶେଖରପୁର: ପଟିଆ ରେଳ ଷ୍ଟେସନ ରାସ୍ତା ଚକାଚକ୍‌ ହୋଇଛି। ଅଧାରୁ ଅଧିକ ରାସ୍ତା କାମ ଶେଷ ହେଲାଣି। ମାତ୍ର ରାସ୍ତା ମଝିରୁ ଉଠିପାରିନି ବିଦ୍ୟୁତ୍‌ ଖୁଣ୍ଟ। ୬ମାସ ହେଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଏହି ରାସ୍ତା କାମ କରାଯାଉଥିଲେ ମଧ୍ୟ ବିଦ୍ୟୁତ୍ ଖୁଣ୍ଟିଗୁଡ଼ିକ ସ୍ଥାନାନ୍ତର କରା ନଯିବା ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। କେତେବେଳେ ବାଇକ୍‌ ଚାଳକ ବିଦ୍ୟୁତ୍‌ […]
ଯନ୍ତ୍ରୀଙ୍କ ଉଦ୍ଭଟ ବୁଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial