ଶ୍ରୀମନ୍ଦିରରେ ପୁଣି ଅଘଟଣ : ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ, ଡାକ୍ତରଖାନାରେ ଭର୍ତ୍ତି

ଶ୍ରୀମନ୍ଦିରରେ ପୁଣି ଅଘଟଣ

ପୁରୀ: ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଅଘଟଣ ଘଟିଛି। ମନ୍ଦିର ଭିତରେ ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ ହୋଇଛନ୍ତି। ଆହତମାନେ ହେଲେ ପୁପି ପ୍ରଧାନ (୩୦) ଓ ପ୍ରଦୀପ ସାହୁ(୩୫)। ଉଭୟ ଆହତ ଯୁବକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶ୍ରୀମନ୍ଦିରର ଭୋଗ ମଣ୍ଡପରୁ ମହାପ୍ରସାଦ ଯାଉଥିବା ବେଳେ ଆଜି ଅପରାହ୍ନ ସମୟରେ ଅଘଟଣ ଘଟିଥିଲା। ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁର ପୁପି ପ୍ରଧାନ ଓ ବ୍ରହ୍ମଗିରିର ପ୍ରଦୀପ ସାହୁ ଗରମ ଡାଲି ନେଇ (ମହାପ୍ରସାଦ) ଯାଉଥିବା ବେଳେ କୌଣସି କାରଣରୁ ଖସି ପଡ଼ିଥିଲେ। ଫଳରେ ସେମାନଙ୍କ ଶରୀରରେ ଗରମ ଡାଲି ଛିଟିକି ପଡ଼ିଥିଲା। ଏଥିରେ ସେମାନେ ଆହତ ହୋଇଥିଲେ। ଏହା ପରେ ଉଭୟ ପୁପି ଓ ପ୍ରଦୀପଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଉଭୟଙ୍କର ଅବସ୍ଥା ସ୍ଥିର ରହିଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ବାରମ୍ବାର ଛୋଟମୋଟ ଅଘଟଣ ଘଟୁଛି। ଭକ୍ତଙ୍କର ପ୍ରବଳ ଭିଡ ହେଉ ଅଥବା ନୀତିକାନ୍ତିରେ ବ୍ୟସ୍ତ କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ଗତ ଜାନୁଆରି ୨୯ ତାରିଖ ଦିନ ଶ୍ରୀମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର ହୋଇଥିଲେ। ଆହତ ମହିଳା ଜଣକ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳର ସିଦ୍ଧାର୍ଥ ଦାସଙ୍କ ପତ୍ନୀ ସୌମ୍ୟା ଦାସ ଥିଲେ। ଅଗ୍ନିକାଣ୍ଡରେ ସୌମ୍ୟାଙ୍କ ବାମ ଓ ଡାହାଣ ହାତ ପୋଡ଼ିଯାଇଥିଲା। ସିଂହଦ୍ୱାର ସମ୍ମୁଖ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ସୌମ୍ୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ଅନେକ ଅଘଟଣ ଘଟିଥିଲା।

Share Now:

Kalinga News Beuro

Next Post

ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୮ ଅଭିଯୁକ୍ତ ଗିରଫ, ଜେସିବି ଓ ଟ୍ରାକ୍ଟର ଜବତ

Sat May 27 , 2023
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଶୁକ୍ରବାର ଦିନ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମୁକ୍ତାପସି ଗାଁର ପ୍ରଫୁଲ୍ଲ ସାହୁ (୫୦), ପଥରଖମ୍ବ ଗାଁର ଗୁଣନିଧି ସାହୁ (୨୭), ତ୍ରିପୁର ପରିଡ଼ା (୬୧), ସୁରେଶ ପରିଡ଼ା (୫୮), ଟୁଲୁ ପରିଡ଼ା (୨୭), ଶିବରାମ ପରିଡ଼ା […]
ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial