ଭାରତର ବିକାଶ ମାଧ୍ୟମରେ ନୂଆ ସଂସଦ ବିଶ୍ୱ ବିକାଶର ନେତୃତ୍ୱ ନେବ: ପ୍ରଧାନମନ୍ତ୍ରୀ

ନୂଆ ସଂସଦ

ନୂଆଦିଲ୍ଲୀ: ଭାରତ ଅଗ୍ରସର ହେଲେ, ବିଶ୍ୱ ଅଗ୍ରସର ହୁଏ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ୱ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ ଆସେ ଯାହା ଚିରସ୍ଥାୟୀ ହୋଇଯାଏ। ୨୮ ମେ ହେଉଛି ସେମତି ଏକ ମୁହୂର୍ତ୍ତ ବୋଲି ଆଜି ସଂସଦର ଲୋକସଭା କକ୍ଷରେ ସ୍ଥାପନ କରାଯାଇଥିବା ‘ସେଙ୍ଗୋଲ୍‌’ ବିଷୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଚୋଳ ରାଜବଂଶରେ ‘ସେଙ୍ଗୋଲ୍‌’ ନ୍ୟାୟ, ସଚ୍ଚୋଟତା ଏବଂ ଉତ୍ତମ ଶାସନର ସଙ୍କେତ ଥିଲା। ଏହି ପବିତ୍ର ‘ସେଙ୍ଗୋଲ୍‌’ର ଗୌରବକୁ ପୁନଃସଂସ୍ଥାପନ କରିବାରେ ସମର୍ଥ ହେବା ଆମ ପାଇଁ ସୌଭାଗ୍ୟର କଥା। ଏହି ଗୃହରେ ଯେତେବେଳେ ଅଧିବେଶନ ଆରମ୍ଭ ହେବ ‘ସେଙ୍ଗୋଲ୍‌’ ଆମକୁ ‌ପ୍ରେରଣା ଦେଉଥିବ।

ନୂଆ ସଂସଦ

ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତ ମଧ୍ୟ ବିଶ୍ୱ ଗଣତନ୍ତ୍ରର ମୂଳଦୁଆ। ଗଣତନ୍ତ୍ର ହିଁ ଆମର ‘ସଂସ୍କାର’, ‘ଲକ୍ଷ୍ୟ’ ଓ ‘ପରମ୍ପରା’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ ବର୍ଷର ବିଦେଶୀ ଶାସନ ଆମ ପାଖରୁ ଆମ ଗୌରବକୁ ଚୋରାଇ ନେଇଥିଲା। ଆଜି ଭାରତ ସେହି ଉପନିବେଶୀୟ ମନୋଭାବ ପରିହାର କରିଛି। ନୂଆ ସଂସଦ ଭବନ ନିର୍ମାଣ ୬୦,୦୦୦ ଶ୍ରମିକଙ୍କୁ ରୋଜଗାର ଦେଇଛି। ସେମାନଙ୍କ ପ୍ରତି ଡିଜିଟାଲ୍‌ ଗ୍ୟାଲେରି ଉତ୍ସର୍ଗ କରାଯାଇଛି। ନୂଆ ସଂସଦ ଭବନ ହେଉଛି ପୁରାତନ ଓ ନୂତନତ୍ୱ ସହାବସ୍ଥାନର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭବିଷ୍ୟତରେ ସାଂସଦଙ୍କ ସଂଖ୍ୟା ବଢ଼ିବ, ସେମାନେ ବସିବେ କେଉଁଠି। ତେଣୁ, ନୂଆ ସଂସଦ ଭବନର ଆବଶ୍ୟକତା ଥିଲା। ପଞ୍ଚାୟତ ଭବନରୁ ଆରମ୍ଭ କରି ସଂସଦ ଭବନ ପର୍ଯ୍ୟନ୍ତ ଆମର ପ୍ରେରଣା ହେଉଛି ଦେଶ ଓ ଦେଶବାସୀଙ୍କ ବିକାଶ। ଆଜି ଆମେ ଏହି ନୂଆ ସଂସଦ ନିର୍ମାଣ ପାଇଁ ଗର୍ବୀତ। ଗତ ୯ ବର୍ଷ ମଧ୍ୟରେ ଦେଶର ୪ କୋଟି ଗରିବ ଲୋକଙ୍କ ପାଇଁ ବାସଗୃହ ଓ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଥିବା କଥା ଭାବିଲେ ମତେ ଖୁବ୍‌ ଖୁସି ଲାଗେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

Share Now:

Kalinga News Beuro

Next Post

କଂଗ୍ରେସ ନେତା ଚିରଞ୍ଜୀବ ଏବଂ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ

Sun May 28 , 2023
ବିଶୃଙ୍ଖଳା କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ-ପିସିସି ସଭାପତି ଭୁବନେଶ୍ୱର: ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ଯିଏ ପିସିସି […]
ଚିରଞ୍ଜୀବ ଏବଂ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial