ଅଗ୍ନିକାଣ୍ଡରେ ଜଳିଗଲା ୨ଟି ଦୋକାନ

ଅଗ୍ନିକାଣ୍ଡରେ ଜଳିଗଲା ୨ଟି ଦୋକାନ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗୋପାଳପୁର ପଂଚାୟତ ପୀର ଛକଠାରେ ୨ଟି ଦୋକାନ ଘର ଜଳିପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ବିଭୁତିପୁର ଗ୍ରାମର ସେକ ମୁନାଙ୍କ ସାଇକେଲ ଦୋକାନ ଓ ସେକ ଉଜିରଙ୍କ ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ସେକ ମୁନାଙ୍କ ସାଇକେଲ ଦୋକାନରେ ମରାମତି ପାଇଁ ବିଭିନ୍ନ ପାର୍ଟ୍ସ ସହିତ କିଛି ଟଙ୍କା ଏବଂ ସେକ ଉଜିରଙ୍କ ଜଳଖିଆ ଦୋକାନରେ ମଧ୍ୟ ସମଗ୍ର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଦୋକାନ ବନ୍ଦ ରହିଥିବାବେଳେ ନିଆଁ ଲାଗିବାର କାରଣ ଜଣାପଡିନାହିଁ। ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା।

Share Now:

Kalinga News Beuro

Next Post

ତାଳଦଣ୍ଡା କେନାଲକୁ କାର ଖସି ଜଣଙ୍କର ମୃତ୍ୟୁ,ଜଣେ ଗୁରୁତର ଆହତ

Mon May 29 , 2023
କଟକ: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ […]
ତାଳଦଣ୍ଡା କେନାଲକୁ ଖସିଲା କାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial