ତାଳଦଣ୍ଡା କେନାଲକୁ କାର ଖସି ଜଣଙ୍କର ମୃତ୍ୟୁ,ଜଣେ ଗୁରୁତର ଆହତ

ତାଳଦଣ୍ଡା କେନାଲକୁ ଖସିଲା କାର

କଟକ: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି କେନାଲରେ ଓଲଟି ପଡ଼ିଯାଇଥିଲା। କେନାଲରେ ପାଣି ଥିବା ଯୋଗୁ ଗାଡ଼ିରୁ ଚାଳକଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେବା ଯୋଗୁଁ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ କନ୍ଦରପୁର ଅଞ୍ଚଳର ବ୍ୟବସାୟୀ ଜ୍ଞାନ ରଞ୍ଜନ ଜେନା( ୬୦) ହୋଇଥିବାବେଳେ ଅଞ୍ଜନା ଜେନା (୫୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ବିଚ୍ ରାସ୍ତାରେ ପ୍ରେମିକାକୁ ୨୦ ଥର ଛୁରି ଭୁସି ହତ୍ୟା କରିଥିବା ପ୍ରେମିକ ଗିରଫ

Mon May 29 , 2023
ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ପ୍ରେମିକା ସାକ୍ଷୀକୁ ୨୦ ଥର ଛୁରି ଭୁସି ହତ୍ୟା କରିଥିବା ପ୍ରେମିକ ଗିରଫ। ଅଭିଯୁକ୍ତ ସାହିଲକୁ ଉତ୍ତରପ୍ରଦେଶର ବୁଲନ୍ଦଶହରରୁ ଗିରଫ କଲା ଦିଲ୍ଲୀ ପୁଲିସ। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ୨୦ ଥର ଛୁରି ଭୁସିବା ସହ ପଥରରେ ଛେଚି ସାକ୍ଷୀଙ୍କୁ ହତ୍ୟା କରିଥିଲା ସାହିଲ। ତେବେ ରବିବାର ପ୍ରେମିକାକୁ ହତ୍ୟା କରିବା ପରେ ଫେରାର ଥିବା ପ୍ରେମିକ ସାହିଲକୁ ଆଜି ପୁଲିସ ଗିରଫ କରିବା‌ରେ ସଫଳ […]
ପ୍ରେମିକ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial