ଗୌହାଟି-ନିୟୁ ଜଲ୍‌ପାଇଗୁଡ଼ି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଆସାମର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଏହା ହେଉଛି ଉତ୍ତରପୂର୍ବ ଭାରତରେ ସର୍ବ ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ସେବା। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ‘ଉତ୍ତରପୂର୍ବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହିତ ଉତ୍ତରପୂର୍ବରେ ଯୋଗାଯୋଗ ସମୃଦ୍ଧ କରିବ। ଆସାମର ପୂର୍ବତନ ସରକାରମାନଙ୍କୁ ବିଦ୍ରୂପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୬ରେ ‘ବିଜେପି’ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦୀର୍ଘ ଦିନ ଧରି ବିକାଶର ଚିହ୍ନବର୍ଣ୍ଣ ନ ଥିଲା।
ଏହାଛଡ଼ା, ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ‘ନୂତନ ବୋଙ୍ଗେଇଗାଓଁ-ଦୁଧୋନି-ମେଣ୍ଡିପଥର’ ଏବଂ ‘ଗୌହାଟି-ଚପରମୁଖ’ର ବୈଦ୍ୟୁତୀକରଣ ସେକ୍‌ସନ୍‌କୁ ଉଦ୍‌ଘାଟନ କରିଛନ୍ତି। ‌ଏଥିସହ ସେ ଲୁମ୍‌ଡିଙ୍ଗ୍‌ରେ ‘ଡିଇଏମ୍‌ୟୁ/ଏମ୍‌ଇଏମ୍‌ୟୁ ସେଡ୍‌’ (ଟ୍ରେନ୍‌ ୱାର୍କସପ୍‌) ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଆସାମର ଗୌହାଟି ଓ ପଶ୍ଚିମବଙ୍ଗର ନୂଆ ଜଲ୍‌ପାଇଗୁଡ଼ିକୁ ସଂଯୋଗ କରୁଥିବା ଏହି ଟ୍ରେନ୍‌ ସମ୍ପ୍ରତି ଦୁଇ ସ୍ଥାନ ମଧ୍ୟରେ ଚଳାଚଳ କରୁଥିବା ସବୁଠୁ ଦ୍ରୁତଗାମୀ ଟେନ୍‌ ଅପେକ୍ଷା ୧ଘଣ୍ଟା ଯାତ୍ରା ସମୟ କମାଇବ ବୋଲି ଆଶା କରାଯାଉଛି। ୫ ଘଣ୍ଟା ୩୦ ମିନିଟ୍‌ ଭିତରେ ଏହା ୪୧୦ କିଲୋମିଟର୍‌ ଦୂରତ୍ୱ ଅତିକ୍ରମ କରିବ। ଏହା ହେଉଛି ଦେଶର ୧୮ଶ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ସେବା।

Share Now:

Kalinga News Beuro

Next Post

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ

Mon May 29 , 2023
ବେକରେ ଗାମୁଛା ଲଗାଇ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ତେବେ ଯୁବକ ଜଣଙ୍କ କିଏ ଓ କାହିଁକି ଏପରି ଉଦ୍ୟମ କରିଛନ୍ତି ତାହା ଜଣାପଡିନାହିଁ। ନିଶାସକ୍ତ ଅବସ୍ଥାରେ ଏହି ଯୁବକ ଏଭଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।ଏବାବଦରେ ଜଣାପଡିବା ପରେ ତୁରନ୍ତ ଘଟଣାସ୍ଥଳରେ କ୍ୟାପିଟାଲ ଓ […]
ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial