ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବ ଅନୁମୋଦିତ

ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ ହୋଇଥିବାର ସୂଚନା ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିବା ଜଣାଯାଇଛି। ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାନ୍ତି, ସେମାନଙ୍କୁ ରାଜ୍ୟ ସରକାର ଏହି ‘ମୋ ଘର’ ଯୋଜନାରେ ଲୋକଙ୍କୁ ଘର ଯୋଗାଇଦେବେ। ଏଣେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ମିଳିଛି।ଏଥିପାଇଁ ୩୩୦.୧୭ କୋଟିର ବ୍ୟୟବରାଦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି। ଭିସୁଟ ରୂପାନ୍ତରଣ ପାଇଁ ୨ ହଜାର କୋଟି ବ୍ୟୟରେ ଆଇଡିପିକୁ ମଞ୍ଜୁରୀ ମିଳିଛି। ଭୁବନେଶ୍ବରରେ ଥିବା ବିଭିନ୍ନ ପ୍ରାଚୀନ ସ୍ମାରକୀର ପୁନରୁଦ୍ଧାର ଲାଗି ୧୫୬ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଠିକ୍ ସେହିପରି କୋଣାର୍କ ମନ୍ଦିର ପରିସର ଓ ଚତୁଃପାର୍ଶ୍ବକୁ ବିକଶିତ ଓ ଆକର୍ଷିତ କରିବା ଲାଗି ଏକ ସ୍ବତନ୍ତ୍ର ପ୍ରକଳ୍ବ କରାଯିବା ପ୍ରସ୍ତାବକୁରାଜ୍ୟ କ୍ୟାବିନେଟର ଅନୁମାେଦନ ମିଳିଛି। ଏହା ବାବଦରେ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ।
ଏଣେ ୩୫୦ରୁ ଅଧିକ ପିଲା ପଢୁଥିବା ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଞ୍ଜୁରୀ ମିଳିଛି। ତେଣ ଗଜପତିର ୨ଟି ପାନୀୟ ଜଳପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏହା ବାବଦରେ ୩୭୯.୧୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏଣିକି ଚକ ଜମି ବି ବିକ୍ରି କରି ହେବ। ଏହି ନିୟମକୁ ବି ଅନୁମୋଦନ କରାଯାଇଛି। ଏହା ସହ ଦୁଇଟି ସିନେମାକୁ କରମୁକ୍ତ କରାଯାଇଛି। ‘ଡେଲିଭରି ବୟ’ ଏବଂ ଜ୍ବିଗାଟୋ’ କରମୁକ୍ତ ହୋଇଛି। ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ୩୬୪.୪୦ କୋଟି ଟଙ୍କା ଅନୁମୋଦନ କରାଯାଇଛି।୨୦୨୨-୨୩ ଏବଂ ୨୦୨୪-୨୫ ବର୍ଷ ପାଇଁ ୩୬୪.୪୦ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ କରାଯିବ। ସେହିପରି ସୌର ଶକ୍ତି ଜରିଆରେ ଜଳ ଉତ୍ତୋଳନକୁ ଯୋଗାଇବା ପାଇଁ ପ୍ରୋତ୍ସାହନ ଦିଆଯିବ। ଏହା ହେବା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଏକସାଇଜ କ୍ୟାଡରକୁ ଷ୍ଟେଟ କ୍ୟାଡର କରାଯାଇଛି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମକୁ ମଞ୍ଜୁରୀ ମିଳିଛି। ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ଏହା ରାଜ୍ୟ ସରକାରଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ବିଜେଡିର ପଞ୍ଚମ ପାଳି ସରକାରକୁ ୪ ବର୍ଷ ପୂରୁଛି। ୨୦୧୯ ମେ’ ୨୯ ତାରିଖରେ ଲଗାତାର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ସରକାର ଗଠନ କରିଥିଲେ। କୁହାଯାଉଥିଲା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କ୍ୟାବିନେଟ ବୈଠକରେ ଅନେକ ଗୁଡ଼ିଏ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର।

Share Now:

Kalinga News Beuro

Next Post

୧୨ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କରଞ୍ଜିଆ ତହସିଲଦାର

Tue May 30 , 2023
ବାରିପଦା: ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କରଞ୍ଜିଆ ତହସିଲ ଅଧୀନ ଚଢ଼େଇଭୋଳ ନିକଟ ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଜମି ହରାଇଥିବା ପ୍ରକାଶ ଚନ୍ଦ୍ର ପଟ୍ଟୱାରୀ ନାମକ ବ୍ୟକ୍ତି କ୍ଷତିପୂରଣ ବାବଦରେ ୫୧ ଲକ୍ଷ ୭୫ ହଜାର ଟଙ୍କା ପାଇବାକୁ ହକ୍‌ଦାର ଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏହି କ୍ଷତିପୂରଣ ରାଶି […]
ବନ୍ଧା ହେଲେ କରଞ୍ଜିଆ ତହସିଲଦାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial