ଧାମନଗରରେ ଚାଞ୍ଚଲ୍ୟ : ସ୍ତ୍ରୀକୁ ମାରି ଜୀବନ ହାରିଲା ସ୍ୱାମୀ

ସ୍ତ୍ରୀକୁ ହାଣି ଆତ୍ମହତ୍ୟା କଲା ସ୍ବାମୀ

ଧାମନଗର: ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ୱାମୀ। ଭଦ୍ରକ ଜିଲ୍ଲା ଧାମନଗର ମୌଲାନାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଆଜି ସକାଳେ ଧାମନଗର ଥାନା ମୌଲାନାସାହିରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଘର ଭିତରୁ ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘରଠାରୁ କିଛି ଦୂରରେ ବିଲରେ ଥିବା ଏକ ଗଛରେ ସ୍ୱାମୀର ଝୁଲନ୍ତା ମୃତଦେହ ଠାବ ହୋଇଛି। ଘର ଭିତରୁ ଏକ ରକ୍ତଲଗା କଟୁରି ମିଳିଛି। ଏଥିରୁ ସନ୍ଦେହ କରାଯାଉଛି ଯେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା ପରେ ସ୍ୱାମୀ ଭାସ୍କର ସାମଲ(୩୮) ଆତ୍ମହତ୍ୟା କରିଛି।
ଗତ ରାତିରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ପଡ଼ୋଶୀ ଓ ସଂପର୍କୀୟଙ୍କ କହିବା ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ଲାଗେ। ଏପରିକି କଥା ଥାନା ଯାଏ ବି ଯାଇଥିଲା। ହେଲେ ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳୁ ଭାସ୍କରଙ୍କ ପିଲାମାନେ ସକାଳୁ ଉଠି ମାର ଏଭଳି ଅବସ୍ଥା ଦେଖି ଗାଁଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଏନ୍‌ଡିଏକୁ ୨୫ ବର୍ଷ : କୌଣସି ମେଣ୍ଟ ଏତେଦିନ ତିଷ୍ଠିନି-ପ୍ରଧାନମନ୍ତ୍ରୀ

Tue May 30 , 2023
ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ଗଠନ ହେବାର ଏଥିମଧ୍ୟରେ ୨୫ ବର୍ଷ ପୂରିଛି। ୧୯୯୮ ମସିହା ମେ ୧୫ ତାରିଖରେ ଏହି ମେଣ୍ଟ ଗଠନ ହୋଇଥିଲା। ଗତକାଲି ବିଜେପି ନେତୃତ୍ବାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କର ଛଅଘଣ୍ଟା ବ୍ୟାପୀ ଅନୁଷ୍ଠିତ ଏକ ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ରାଜନୈତିକ ମେଣ୍ଟ ଏତେଦିନ ଯାଏ ତିଷ୍ଠିପାରି ନାହିଁ। ଆଞ୍ଚଳିକ ଆଶା-ଆକାଂକ୍ଷା […]
ଏନ୍‌ଡିଏକୁ ୨୫ ବର୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial