ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଜୁଲାଣି ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚଛୁପାଲି ଗ୍ରାମର ଭିଲିଆନ କେରକେଟ୍ଟା ଜୁଲାଣି ଗ୍ରାମକୁ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲା। ସୋମବାର ବିଳମ୍ବିତ ରାତିରେ ସମ୍ପର୍କୀୟ ନାବାଳିକା ଘର ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏ ନେଇ ମଙ୍ଗଳବାର ପୀଡିତା ନାବାଳିକା ନିଜ ବାପାଙ୍କ ସହ ଆସି ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ରିଆମାଳ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମଙ୍ଗଳବାର ରାତିରେ ଅଭିଯୁକ୍ତକୁ ଗିରଫ କରିଛି।

Share Now:

Kalinga News Beuro

Next Post

ମିସନ୍ ଶକ୍ତି ମା’ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ୱ ଦରବାରରେ ଉପଲବ୍ଧ ହେବ: ଜିଲ୍ଲାପାଳ

Wed May 31 , 2023
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଚାରି ଜଣ ମିସନ୍ ଶକ୍ତିର ମା’ ମାନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି। ମିସନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ଉନ୍ନତ ମାନର ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରି କରାଯାଇ ପାରିବ ଏବଂ ସିଙ୍ଗାପୁରରେ କେଉଁ କେଉଁ ସାମଗ୍ରୀ ଉତ୍ପାଦିତ ହୋଇ କିଭଳି […]
ମିସନ୍ ଶକ୍ତି ମା’ମାନଙ୍କର ଉତ୍ପାଦିତ ସାମଗ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial