ମିସନ୍ ଶକ୍ତି ମା’ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ୱ ଦରବାରରେ ଉପଲବ୍ଧ ହେବ: ଜିଲ୍ଲାପାଳ

ମିସନ୍ ଶକ୍ତି ମା’ମାନଙ୍କର ଉତ୍ପାଦିତ ସାମଗ୍ରୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଚାରି ଜଣ ମିସନ୍ ଶକ୍ତିର ମା’ ମାନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି। ମିସନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ଉନ୍ନତ ମାନର ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରି କରାଯାଇ ପାରିବ ଏବଂ ସିଙ୍ଗାପୁରରେ କେଉଁ କେଉଁ ସାମଗ୍ରୀ ଉତ୍ପାଦିତ ହୋଇ କିଭଳି ପ୍ୟାକିଂ କରି ଆନ୍ତର୍ଜାତୀୟ ବଜାରକୁ ଛଡାଯାଉଛି ତାହା ସେମାନେ ଦେଖି ଜ୍ଞାନ ହାସଲ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ। ଓଡିଶାରୁ ସିଙ୍ଗାପୁର ବିମାନ ଯାତ୍ରା ଆସନ୍ତା ଜୁନ୍ ୩ ତାରିଖ ଦିନ ଶୁଭାରମ୍ଭ ହେବ। ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ମିସନ୍ ଶକ୍ତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଂପାଦିକା ଶୈଳବାଳା ରଥ, ଛତ୍ରପୁର ଏବଂ ତିନିଜଣ ଅଙ୍ଗନବାଡି କର୍ମୀ ସୁନୀତା ସମ୍ବର୍ଦ୍ଧିତ ହୋଇଥିଲେ।

Share Now:

Kalinga News Beuro

Next Post

କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା କମିସନରେଟ୍‌ ପୁଲିସ୍‌

Wed May 31 , 2023
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ କମିସନରେଟ୍‌ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିସନରେଟ୍‌ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍‌ କରାଯାଇଛି। ଏଥି ସହିତ ପୁଲିସ ପକ୍ଷରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩ ଧରା-୪୬(କ)(ଖ) ଏବଂ ଓଡ଼ିଶା ଆକ୍ଟ ୮/୨୦୦୭ ଅନୁସାରେ ଏହି ନିର୍ଦ୍ଦେଶା ଜାରି କରାଯାଇଛି। ଏହି ଆଦେଶ ଇନ୍‌ଫୋସିଟି ଥାନା ଅଞ୍ଚଳ ଓ ଭୁବନେଶ୍ୱର […]
ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା ପୁଲିସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial