କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା କମିସନରେଟ୍‌ ପୁଲିସ୍‌

ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା ପୁଲିସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ କମିସନରେଟ୍‌ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିସନରେଟ୍‌ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍‌ କରାଯାଇଛି। ଏଥି ସହିତ ପୁଲିସ ପକ୍ଷରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩ ଧରା-୪୬(କ)(ଖ) ଏବଂ ଓଡ଼ିଶା ଆକ୍ଟ ୮/୨୦୦୭ ଅନୁସାରେ ଏହି ନିର୍ଦ୍ଦେଶା ଜାରି କରାଯାଇଛି। ଏହି ଆଦେଶ ଇନ୍‌ଫୋସିଟି ଥାନା ଅଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପାଇଁ ବଳବତ୍ତର ରହିବ। ସୂଚନାଯୋଗ୍ୟ, ଚକ୍ରଧର ଜଣେ ଅଭ୍ୟାସଗତ ଓ ପେଷାଦାର ନିଶା ବେପାରୀ। ତା’ ନାଁରେ ୨୦୧୯ ରୁ ୨୦୨୨ ମସିହା ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ୩ଟି ନିଶା କାରବାରଜନିତ ମାମଲା ରୁଜୁ କରାଯାଇଥିଲା।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା : ୟେଲୋ ଓ୍ଵାର୍ଣ୍ଣିଂ ଜାରି

Wed May 31 , 2023
ଭୁବନେଶ୍ୱର: ସଂପ୍ରତି ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ତେବେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଜୁନ୍‌ ୧ ତାରିଖ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ […]
୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial