୬୫୨୪ କୋଟିରେ ବିନିମୟରେ ହେବ ୧୯୮ ମେଗା ଉଠାଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର : ରାଜ୍ୟରେ ୬୫୨୪ କୋଟି ବ୍ୟୟରେ ୧୯୮ଟି ବୃହତ୍‌ (ମେଗା) ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ମଂଜୁର କରିଛନ୍ତି। ସମସ୍ତ ପ୍ରକଳ୍ପ ମଧ୍ୟରୁ ୭୦ଟି ପ୍ରକଳ୍ପ ୨୦୧୮ ମାର୍ଚ ମାସ ଏବଂ ଆଉ ୪୦ଟି ପ୍ରକଳ୍ପ ଜୁନ୍‌ ମାସ ସୁଦ୍ଧା ସରିବ। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତିି। ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ତଦାରଖ କରିବା ପାଇଁ ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରତି ସପ୍ତାହର ସୋମବାର ସମୀକ୍ଷା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଜି ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କରେ ସୂଚନା ମିଳିଛି। ସୂଚନା ମୁତାବକ ସୁନ୍ଦରଗଡ଼, ମାଲକାନଗିରି, କଟକ, ସମ୍ବଲପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ଯାଜପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଅନୁଗୁଳ, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ୧୯୮ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ କରାଯାଉଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୨ ଲକ୍ଷ ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ ରହିଛି।

Share Now:

Kalinga News Beuro

Leave a Reply

Next Post

ରେଳ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠା ହେବ ବିଶ୍ୱବିଦ୍ୟାଳୟ

Thu Dec 21 , 2017
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଭାରତୀୟ ରେଳ କର୍ମଚାରୀଙ୍କ ଦକ୍ଷତା ବିକାଶ ଲାଗି ହୋଇଛି ସରକାରଙ୍କ ଯୋଜନା। ଏଥିପାଇଁ ଗୁଜରାଟର ଭଦୋଦରାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଜାତୀୟ ରେଳ ଓ ପରିବହନ ବିଶ୍ୱବିଦ୍ୟାଳୟ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଭାରତୀୟ ରେଳବାଇର କାର୍ଯ୍ୟଦକ୍ଷତା ବୃଦ୍ଧି ଓ ମାନବ ସମ୍ବଳକୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ ଏହି ବିଶ୍ୱବିଦ୍ୟାଳୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial