ରେଳ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠା ହେବ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଭାରତୀୟ ରେଳ କର୍ମଚାରୀଙ୍କ ଦକ୍ଷତା ବିକାଶ ଲାଗି ହୋଇଛି ସରକାରଙ୍କ ଯୋଜନା। ଏଥିପାଇଁ ଗୁଜରାଟର ଭଦୋଦରାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଜାତୀୟ ରେଳ ଓ ପରିବହନ ବିଶ୍ୱବିଦ୍ୟାଳୟ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଭାରତୀୟ ରେଳବାଇର କାର୍ଯ୍ୟଦକ୍ଷତା ବୃଦ୍ଧି ଓ ମାନବ ସମ୍ବଳକୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ସେହିପରି କେନ୍ଦ୍ର କ୍ୟାବିନେଟରେ ଆଜି ନୂଆ ଖାଉଟି ସୁରକ୍ଷା ବିଲ୍-୨୦୧୭କୁ ମଧ୍ୟ ମଞ୍ଜୁରୀ ମିଳିଛି। ଖାଉଟି ସୁରକ୍ଷା ଆଇନକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ୨୦୧୫ ଖାଉଟି ସୁରକ୍ଷା ବିଲ୍ ବଦଳରେ ସରକାର ଏହି ନୂଆ ବିଲ ଆଣିଛନ୍ତି। ସେହିଭଳି ବୟନ ଶିଳ୍ପ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲାଗି ସ୍ୱତନ୍ତ୍ର ଦକ୍ଷତା ବୃଦ୍ଧି ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କୀତ ଏକ ବିଲ ଉପରେ ମଧ୍ୟ କ୍ୟାବିନେଟର ମୋହର ଲାଗିଛି।

Share Now:

Kalinga News Beuro

Leave a Reply

Next Post

ଆଜି ଜୟଲଳିତାଙ୍କ ଆସନରେ ହେବ ଉପନିର୍ବାଚନ

Thu Dec 21 , 2017
ଚେନ୍ନାଇ: ଆଜି ଚେନ୍ନାଇ ଆର୍କେ ନଗର ବିଧାନସଭା ଉପନିର୍ବାଚନ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଲିତାଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ଏହି ଆସନଟି ଖାଲି ରହିଛି। ଅନେକ ଦିନର ବ୍ୟବଧାନ ପରେ ଏହି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୮ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନରେ ୫୯ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ଏଥିରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବ। ଏଆଇଡିଏମ୍‌କେ ପକ୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial