ଆଜି ଜୟଲଳିତାଙ୍କ ଆସନରେ ହେବ ଉପନିର୍ବାଚନ

ଚେନ୍ନାଇ: ଆଜି ଚେନ୍ନାଇ ଆର୍କେ ନଗର ବିଧାନସଭା ଉପନିର୍ବାଚନ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଲିତାଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ଏହି ଆସନଟି ଖାଲି ରହିଛି। ଅନେକ ଦିନର ବ୍ୟବଧାନ ପରେ ଏହି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୮ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ।

ନିର୍ବାଚନରେ ୫୯ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ଏଥିରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବ। ଏଆଇଡିଏମ୍‌କେ ପକ୍ଷରୁ ଇ. ମଧୁସୂଧନନ୍‌, ବିରୋଧୀ ଡିଏଏମ୍‌କେରୁ ମୁଧୁ ଗଣେଶ ଏବଂ ଏଆଇଡିଏମ୍‌କେରୁ ଅଳଗା ହୋଇଥିବା ଟିଟିଭି ଦିନକରଣ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରେ ଲଢେଇ ହେବା ନିଶ୍ଚିତ।

Share Now:

Kalinga News Beuro

Leave a Reply

Next Post

ରାଧାକୁ ମିଳିଲା ନୂଆ ଜୀବନ

Tue Dec 26 , 2017
କିଶୋରନଗର: ୨୦ ଫୁଟ୍‌ ଗଭୀର ବୋର୍‌େଓ୍ଵଲ ଖାତକୁ ଗଳିପଡ଼ିଲା ୩ ବର୍ଷର ଶିଶୁକନ୍ୟା। ଦୀର୍ଘ ୭ ଘଣ୍ଟାର ଜୀବନ ମରଣ ସଂଘର୍ଷ ପରେ ବଞ୍ଚିଗଲା ଜୀବନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁରେ ସୋମବାର ପୂର୍ବାହ୍‌ଣରେ ଘଟିଥିଲା ଏହି ଅଭାବିତ ଘଟଣା। ଅତି ସତର୍କତାର ସହିତ ଖାତ ପାଖରୁ ସୁଡ଼ଙ୍ଗ ଖୋଳି ଶିଶୁକନ୍ୟାଟିକୁ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ବୋର୍‌େଓ୍ଵଲ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial