ରାଧାକୁ ମିଳିଲା ନୂଆ ଜୀବନ

କିଶୋରନଗର: ୨୦ ଫୁଟ୍‌ ଗଭୀର ବୋର୍‌େଓ୍ଵଲ ଖାତକୁ ଗଳିପଡ଼ିଲା ୩ ବର୍ଷର ଶିଶୁକନ୍ୟା। ଦୀର୍ଘ ୭ ଘଣ୍ଟାର ଜୀବନ ମରଣ ସଂଘର୍ଷ ପରେ ବଞ୍ଚିଗଲା ଜୀବନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁରେ ସୋମବାର ପୂର୍ବାହ୍‌ଣରେ ଘଟିଥିଲା ଏହି ଅଭାବିତ ଘଟଣା। ଅତି ସତର୍କତାର ସହିତ ଖାତ ପାଖରୁ ସୁଡ଼ଙ୍ଗ ଖୋଳି ଶିଶୁକନ୍ୟାଟିକୁ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ବୋର୍‌େଓ୍ଵଲ ଖାତରେ ପଡିଥିବା ଶିଶୁକନ୍ୟା ହେଉଛି ଗୋଳାସର ଗାଁର ସନ୍ତୋଷ ସାହୁଙ୍କ ଝିଅ ରାଧାରାଣୀ ସାହୁ। ଉଠା ଜଳସେଚନ ବିଭାଗ ପକ୍ଷରୁ ସନ୍ତୋଷଙ୍କ ବାଡ଼ି ପଛପଟେ ଗତ କିଛି ଦିନ ତଳେ ଏକ ଗଭୀର ବୋର୍‌େଓ୍ଵଲ୍‌ ଖୋଳା ଯାଇଥିଲା। ମାଟି ତଳେ ପଥର ପଡ଼ିବାରୁ ସେଥିରୁ ପାଣି ବାହାରିଲା ନାହିଁ। ବୋର୍‌େଓ୍ଵଲ୍‌ ଅଚଳ ହେଲା। କିନ୍ତୁ କାମରେ ଆସୁନଥିବା ବୋର୍‌େଓ୍ଵଲ୍‌ର ଏ ଗଭୀର ଗର୍ତ୍ତକୁ ସବୁ ଭୁଲିଗଲେ। ମୁକୁଳା ଛାଡ଼ି ଦିଆଯାଇଥିବା ଏ ଗର୍ତ୍ତ ଶେଷରେ ଆଜି ସନ୍ତୋଷଙ୍କ ପରିବାର ପାଇଁ ଏକ ବିରାଟ ବିପଦକୁ ଡାକି ଆଣିଥିଲା। ପୂର୍ବାହ୍‌ଣରେ ସନ୍ତୋଷଙ୍କ ସ୍ତ୍ରୀ ବାଡ଼ି ପଛ ପଟକୁ ପାଣି ଆଣିବା ପାଇଁ ଯାଉଥିବା ବେଳେ କୁନିଝିଅ ରାଧା ତାଙ୍କ ପଛରେ ଦୌଡ଼ିବା ସମୟରେ ମୁକଳା ଗାତରେ ଖସି ପଡ଼ିଥିଲା। ଭାଗ୍ୟକୁ ପ୍ରାୟ ୨୦ ଫୁଟ୍‌ ତଳେ ପଥର ପଡ଼ିବାରୁ ବାଟରେ ରାଧା ଲଟକି ଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ପ୍ରଥମ ଥର ସଚିବାଳୟ ବାହାରେ କ୍ୟାବିନେଟ୍‌

Tue Dec 26 , 2017
ଭୁବନେଶ୍ୱର: ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସଚିବାଳୟ କ୍ୟାବିନେଟ୍‌ ପ୍ରକୋଷ୍ଠ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ପୁରୀ ସର୍କିଟ ହାଉସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକରେ ଯୋଗଦେବେ। ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବୈଠକ ଡକାଯାଉଥିବାରୁ ସ୍ୱାଭାବିକ ଭାବେ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି ନବୀନ ଏହି ବୈଠକରେ କିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial