ଶୁଟିଂରେ ସୌରଭଙ୍କୁ ସ୍ୱର୍ଣ୍ଣ

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର ରାଇଫଲ ପିସ୍ତଲରେ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୬ ବର୍ଷୀୟ ସୌରଭ ଫାଇନାଲ୍‌ରେ ୨୪୦.୭ ସ୍କୋର ହାସଲ କରି ଶୀର୍ଷ ରହିଛନ୍ତି। ଏଥିସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି।
ସେହିଭଳି ଏହି ବର୍ଗରେ ହରିୟାଣାର ଅଭିଷେକ ବର୍ମା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୯ ବର୍ଷୀୟ ଅଭିଷେକ ୨୧୯.୩ ସ୍କୋର କରିଥିଲେ।
ଏହି ବର୍ଗରେ ଜାପାନ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛି।
ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ସହ ମୋଟ ୭ଟି ପଦକ ଜିତିଛି।

Share Now:

Kalinga News Beuro

Leave a Reply

Next Post

ଜବରଦଖଲ ଉଚ୍ଛେଦ ପାଇଁ ମୁଖ୍ୟ ଡ୍ରେନ୍‌ ଉପରେ ସର୍ଭେ ଆରମ୍ଭ

Wed Aug 22 , 2018
ଡ୍ରେନ୍‌ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୪ହଜାର କୋଟି ଭୁବନେଶ୍ୱର: ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଜବରଦଖଲରେ ଛନ୍ଦି ହୋଇଯାଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି। ଯାହା ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ରାଜଧାନୀବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକୁଳାଇବା ପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଉପରେ କେତେ ଜବରଦଖଲକାରୀ ଅଛନ୍ତି, କେତେ ଜମି ଜବରଦଖଲ ଅଛି, କେଉଁଠି କ’ଣ ନିର୍ମାଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial