ମହାନଦୀ ଜଳ ବିବାଦ: ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ ଆଜିି

ସମ୍ବଲପୁର : ମହାନଦୀ ଜଳ ବ୍ୟବହାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ବହୁପ୍ରତୀକ୍ଷିତ ଓଡ଼ିଶା ଓ ଛତିଶଗଡ଼ର ଜଳ ସଂପଦ ବିଭାଗର ଉଚ୍ଚସ୍ତରୀୟ ସମନ୍ଵୟ ବୈଠକ ଆସନ୍ତା ୨୪ ଅଗଷ୍ଟ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଛତିଶଗଡ଼ର ଜଳ ସଂପଦ ବିଭାଗର ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଅପରାହ୍‌ଣରେ ବୁର୍ଲା ଅଶୋକ ନିବାସରେ ପହଂଚିବେ ବୋଲି ଜଣାପଡ଼ିଛି। ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା ଆଦାନ ପ୍ରଦାନ, ମହାନଦୀ ଅବବାହିକାରେ ମୃତ୍ତିକା ସଂରକ୍ଷଣ ଆଦି ପ୍ରସଂଗ ଉପରେ ମୁଖ୍ୟତଃ ଏହି ବୈଠକରେ ଆଲୋଚନା କରାଯିବ। ବୈଠକରେ ଉଭୟ ରାଜ୍ୟର ଜଳସଂପଦ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ, ବନ୍ଧ ସୁରକ୍ଷା ନିର୍ଦେଶକଙ୍କ ସମେତ ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ, ଛତିଶଗଗଡ଼ ଜଳସଂପଦ ବିଭାଗର ବିଲାସପୁର ଓ ରାୟଗଡ଼ର ଅଧୀକ୍ଷଣ ଯନ୍ତ୍ରୀ ଯୋଗେ ଦେବେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ପରଲୋକରେ କୁଲ୍‌ଦୀପ ନାୟାର

Fri Aug 24 , 2018
ନୂଆଦିଲ୍ଲୀ : ବିଶିଷ୍ଟ ସାମ୍ବାଦିକ, ମାନବାଧିକାର କର୍ମୀ ତଥା ସ୍ତମ୍ଭକାର କୁଲଦୀପ ନାୟାରଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ନିମୋନିଆରେ ପୀଡ଼ିତ ଥିବା ନାୟାର ୫ ଦିନ ହେବ ଦିଲ୍ଲୀ ସ୍ଥିତ ଏସକର୍ଟସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ବୁଧବାର ରାତି ୧୨ଟା ୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ନାୟାରଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ଦକ୍ଷିଣ ଦିଲ୍ଲୀସ୍ଥିତ ଲୋଧି ଶ୍ମଶାନରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial