କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢ଼ାଇଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ୨% ମହଙ୍ଗା ଭତ୍ତା ବୃଦ୍ଧିକୁ ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍‌ ମଞ୍ଜୁର କରିଛି। ଗତ ଜୁଲାଇ ମାସ ଠାରୁ ଏହା ଲାଗୁ ହେବ। ପୂର୍ବରୁ କେନ୍ଦ୍ର ସରକାରୀ ଚାକିରିଆମାନେ ୭% ମହଙ୍ଗା ଭତ୍ତା ପାଇଥିଲେ। ଏବେ ତାହା ୯% ହେଲା। ମାର୍ଚ ମାସରେ କେନ୍ଦ୍ରୀୟ କ୍ୟାବିନେଟ୍‌ ମହଙ୍ଗା ଭତ୍ତା ୫%ରୁ ୭%କୁ ବୃଦ୍ଧି କରାଇଥିଲା। ଚଳିବା ପାଇଁ ଦିଆ ଯାଉଥିବା ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କ ସମେତ ପେନ୍‌ସନ୍‌ଧାରୀଙ୍କୁ ଦିଆ ଯାଇଥାଏ। ଦେଶର ମୁଦ୍ରସ୍ଫୀତି ଧାରାକୁ ଚାହିଁ କର୍ମଚାରୀମାନଙ୍କ ଉପରୁ ଆର୍ଥିକ ଚାପ କମାଇବାକୁ ମହଙ୍ଗା ଭତ୍ତା ଦିଆଯାଇଥାଏ।

Share Now:

Kalinga News Beuro

Leave a Reply

Next Post

ଚନ୍ଦକାରେ ବଢ଼ିବେ କୃଷ୍ଣସାର ମୃଗ

Wed Aug 29 , 2018
ପରୀକ୍ଷାମୂଳକ ଭାବେ ୫୦ଟି ଛାଡ଼ିବାକୁ ଯୋଜନା, ରାଜ୍ୟରେ କୃଷ୍ଣସାରଙ୍କ ସଂଖ୍ୟା ୪ ହଜାର ଟପିଲା ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଦେଖିବାକୁ ମିଳିବେ କୃଷ୍ଣସାର ମୃଗ। ପର୍ଯ୍ୟଟକ ଜଙ୍ଗଲ ଭିତରେ ବୁଲିବା ସମୟରେ ଦୂରରେ ରହି ସେମାନଙ୍କ ଚଳପ୍ରଚଳ ଦେଖିପାରିବେ। ଚଳିତବର୍ଷ ରାଜ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚନ୍ଦକାରେ କୃଷ୍ଣସାର ମୃଗ ଛାଡ଼ି ବଂଶବୃଦ୍ଧି କରିବାକୁ ଯୋଜନା କରାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial