ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ହ୍ରାସ : ଗତବର୍ଷ ତୁଳନାରେ ୧୩ ହଜାର ୨୬୬ କମ୍‌

ରାଜନଗର : ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପକ୍ଷୀବିହାର ରୂପେ ପରିଚତ ଭିତରକନିକା ଜାତୀୟ ଉଦ୍ୟାନରେ ଏ ବର୍ଷ ଦେଶୀୟ ପକ୍ଷୀଙ୍କର ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୪ ହଜାର ୪୯୦ ଦେଶୀୟ ପକ୍ଷୀ ଥିବା ବେଳେ ଏଥର ୯୧ ହଜାର ୨୨୪ଟି ପକ୍ଷୀ ଆସିଛନ୍ତି। ଗତବର୍ଷଠାରୁ ଏଥର ୧୩ ହଜାର ୨୬୬ କମ୍‌ ପକ୍ଷୀ ଦେଖିବାକୁ ମିଳିଛି। ପୂର୍ବରୁ କେବଳ ବଗଗହନରେ ଦେଶୀୟ ପକ୍ଷୀଙ୍କ ଭିଡ ଜମୁଥିବା ବେଳେ ୪ ବର୍ଷ ହେଲା ବଗଗହନ ସମେତ ମଠଆଡିଆରେ ଏହି ପକ୍ଷୀମାନଙ୍କର ସମାଗମ ହେଉଥିଲା। ମାତ୍ର ଚଳିତବର୍ଷ ଆଗନ୍ତୁକ ଦେଶୀୟ ପକ୍ଷୀମାନେ ମଠଆଡିଆରେ ସମାଗମ ହୋଇଛନ୍ତି। ଗତ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀମାନଙ୍କର ଗଣନା କରାଯାଇଥିଲା। କନିକା ଅତିରିକ୍ତ ବନସଂରକ୍ଷକ ସୁବ୍ରତ ପାତ୍ର ଓ ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ୩ଟି ଟିମ୍‌ରେ ୧୫ଜଣ ବନକର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଏ ବର୍ଷ ୧ ହଜାର ୯୧୧ଟି ଗଛରେ ୧୯ ହଜାର ୮୯୦ଟି ବସାରେ ୩୯ ହଜାର ୭୮୦ ବଡପକ୍ଷୀ ଓ ୫୧ ହଜାର ୪୪୪ ପକ୍ଷୀ ଶାବକ ମୋଟ୍‌ ୯୧ ହଜାର ୨୨୪ ପକ୍ଷୀଙ୍କୁ ଗଣନା କରାଯାଇଛି। ଗଣନା ସମୟରେ ଗେଣ୍ଡାଳିଆପକ୍ଷୀଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଥିଲା। ୧୪,୨୨୯ ବସାରେ ୨୮,୪୫୮ ବଡ଼ ଓ ୩୬,୯୯୫ ଛୁଆ ମୋଟ୍‌ ୬୫,୪୫୩ଟି ଗେଣ୍ଡାଳିଆ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ରାଣୀବଗ ୧୨୫୫ ବସାରେ ୨୫୧୦ ବଡ, ୩୩୮୮ ଛୁଆ ମୋଟ୍‌ ୫୮୯୮, ମଝିଆ ବଗ ୮୫୯ଟି ବସାରେ ୧୭୧୮ ବଡ, ୨୨୩୩ ଛୁଆ ମୋଟ୍‌ ୩୯୫୧, ଛୋଟବଗ ୬୮ଟି ବସାରେ ୧୩୬ଟି ବଡ, ୧୭୦ଟି ଛୁଆ, ମୋଟ୍‌ ୩୦୬ଟି, ଖଇରାବଗ ୭୪୨ ବସାରେ ୧୪୮୪ ବଡ, ୧୬୭୦ ଛୁଆ ମୋଟ୍‌ ୩୧୫୪, ଅଂଜନା ବଗ ୬୦୧ ବସାରେ ୧୨୦୨ ବଡ, ୧୫୬୩ ଛୁଆ, ମୋଟ୍‌ ୨୭୬୫ଟି, ପାଣିକୁଆ ୧୦୯୧ଟି ବସାରେ ୨୧୮୨ ବଡ, ୩୦୫୫ ଛୁଆ ମୋଟ୍‌ ୫୨୩୭, ଅନ୍ଧାରିଆ ବଗ ୪୬୩ଟି ବସାରେ ୯୨୬ ବଡ, ୧୦୬୫ ଛୁଆ ମୋଟ୍‌ ୧୯୯୧ଟି, ଦା’ବେଂଟିଆ ୩୪୦ଟି ବସାରେ ୬୮୦ଟି ବଡ, ୭୮୪ ଛୁଆ, ମୋଟ୍‌ ୧୪୨୮, କାପରଖାଇ ୨୪୨ଟି ବସାରେ ୪୮୪ଟି ବଡ, ୫୫୭ଟି ଛୁଆ, ମୋଟ୍‌ ୧୦୪୧ଟି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା।

ମଠଆଡିଆରେ ୧୫୪୩ଟି ବନିଗଛ, ୩୬୭ ଗୁଆଁଗଛ ଓ ଗୋଟିଏ ଚୋରଣ୍ଡା ମୋଟ୍‌ ୧୯୯୧ଟି ଗଛରେ ପକ୍ଷୀମାନେ ୧୯,୮୯୦ଟି ବସା କରିଛନ୍ତି। ଏ ବର୍ଷ ୧୦ ପ୍ରକାର ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଛି।

Share Now:

Kalinga News Beuro

Leave a Reply

Next Post

କମିସନରେଟ୍‌ ପୁଲିସର ନୂଆ ପଦକ୍ଷେପ: ପାସପୋର୍ଟ ପାଇଁ ଥାନାକୁ ଯିବାକୁ ପଡ଼ିବନି

Sat Sep 1 , 2018
ଘରେ ପହଞ୍ଚି ଦସ୍ତଖତ ଆଣିବ ପୁଲିସ ଭୁବନେଶ୍ୱର: କମିସନରେଟ୍‌ ପୁଲିସର ନୂଆ ପଦକ୍ଷେପ। ଏଣିକି ପାସପୋର୍ଟ ଯାଞ୍ଚ ପାଇଁ ଆଉ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ। କିମ୍ବା ଥାନାରେ ଘଣ୍ଟାଘଣ୍ଟା ଧରି ବଡ଼ ବାବୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଓଲଟି ଥାନାବାବୁ ଆପଣଙ୍କ ନିକଟରେ ପହଞ୍ଚି ଆବେଦନ ଫର୍ମରେ ଦସ୍ତଖତ ମାରିବେ। ଭୁବନେଶ୍ୱର ଡିସିପିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ ପାସପୋର୍ଟ ଯାଞ୍ଚ କରୁଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial