ଝାମ୍ପିନେଲା ‘ସୁନ୍ଦରୀ’

ପାଇକସାହି : ଶିକାର ପାଇଁ ସାତକୋଶିଆ ଜଙ୍ଗଲ ଡେଇଁ ଆଠମଲ୍ଲିକକୁ ଯାଇଛି ବାଘୁଣୀ ‘ସୁନ୍ଦରୀ’। ବାଛୁରୀ ଖାଇବା ନିଶାରେ ଚଣାଗୋଡ଼ିନାଳର ପ୍ରଖର ପାଣିକୁ ପାର୍‌ କରିଛି। ୮/୯ମାସର ବାଛୁରୀ ଛୁଆକୁ ଗୋଚର ଭୂଇଁରୁ ଟେକି ନେଇ ଶିକାର କରିଛି। ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ବିପ୍ରଡିହ ଗାଁ ନିକଟରେ ଗତ ସୋମବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କୁ କେବଳ ଭୟଭୀତ କରିଛି।
ଉଲ୍ଲେଖଯୋଗ୍ୟ, ସାତକୋଶିଆ ଓ ଆଠମଲ୍ଲିକ ବନଖଣ୍ଡର ସୀମାନ୍ତ ଗାଁ ହେଉଛି ବିପ୍ରଡିହ। ଉଭୟ ଜଙ୍ଗଲ ମଝିରେ ସୀମା ନିର୍ଧାରଣ କରୁଛି ଚଣାଗୋଡ଼ିନାଳ। ବର୍ଷା ଯୋଗୁ ନାଳ ପାଣି ବେଶ୍‌ ପ୍ରଖର ରହିଛି । ବିପ୍ରଡିହ ଗାଁର ଗୋଟିଏ ପାର୍ଶ୍ୱ ବିଲ ହୋଇଥିବା ବେଳେ ଅନ୍ୟ ପାଖ ଜଙ୍ଗଲ। ନାଳ ପାଖ ଇଲାକାରେ ଗାଁ ପାଇଁ ଗୋଟିଏ ଗୋଚର ଭୂଇଁ ଅଛି। ଗାଁର ଗାଈବାଛୁରୀ ସବୁ ସେଠାରେ ଚରନ୍ତି। ବିଶ୍ୱସ୍ତ ସୂତ୍ରର ସୂଚନା ମୁତାବକ, ଗାଈବାଛୁରୀଙ୍କୁ ଦେଖି ବାଘୁଣୀ ବିପ୍ରଡିହ ଆଡ଼କୁ ମୁହାଁଇଥିଲା। ପ୍ରଖର ପାଣି ସ୍ରୋତ ସତ୍ତ୍ୱେ ନାଳ ଡେଇଁଥିଲା ବାଘୁଣୀ। ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଗାଈବାଛୁରୀ ସବୁ ଚରୁଥିବା ବେଳେ ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ ଝାମ୍ପ ମାରିଥିଲା ବାଘୁଣୀ। ଘଟଣାକୁ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସମ୍ୟକ ସାମନ୍ତରାୟ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

Share Now:

Kalinga News Beuro

Leave a Reply

Next Post

ଓରକଳରେ ବାଘ ଆତଙ୍କ

Mon Sep 3 , 2018
ବାଘ ନୁହେଁ ବଣ ଭୁଆ: ବନ ବିଭାଗ ପୁରୁଣା ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଓରକଳ ଗ୍ରାମ ନିକଟରେ କଲରାପତରିଆ ବାଘ ବୁଲୁଥିବାର ଭିଡ଼ିଓ ଭାଇରାଲ୍‌ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରାୟ ୨୯ ସେକେଣ୍ଡର ଏହି ଭିଡ଼ିଓଟି ନିକଟସ୍ଥ ଏକ ଆପାର୍ଟମେଣ୍ଟରୁ ସୁଟିଂ ହୋଇଥିବା ବେଳେ ଏଥିରେ ଏକ ଧୂସର ରଙ୍ଗର ଜନ୍ତୁ ଚାଲୁଥିବା ଦେଖିବାକୁ ମିଳିଛି। ଏହି ଜନ୍ତୁଟି ଏକ କଲରାପତରିଆ ବାଘ ବୋଲି ପ୍ରଚାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial