ଠାବ ହେଲା ଭୁତ ଜାହାଜ:୯ ବର୍ଷ ତଳେ ପ୍ରଶାନ୍ତ ମହାସାଗରରେ ଉଭେଇ ଯାଇଥିଲା

ଜଣେ ବି ହେଲେ ଦେଖିବାକୁ ମିଳିଲେ ନାହିଁ ଏହି ଭାସମାନ ଜାହାଜରେ !
ନୂଆଦିଲ୍ଲୀ: ୨୦୦୯ ମସିହାରେ ପ୍ରଶାନ୍ତ ମହାସାଗରରେ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଯାଇଥିବା ଏକ ମାଲବାହୀ ଜାହାଜ ଗତ ସପ୍ତାହରେ ଭାରତ ମହାସାଗରରେ ଠାବ ହୋଇଛିି। ସେବେଠାରୁ ଏହି ଜାହାଜକୁ ଲୋକେ ‘ଭୂତ ଜାହାଜ’ ବୋଲି କହିବା ଆରମ୍ଭ କରିଛନ୍ତି। ୨୦୦୯ ମସିହାରେ ତାଇଓ୍ଵାନ୍‌ ଉପକୂଳରେ ନିଖୋଜ ହୋଇଥିିବା ଏହି କଣ୍ଟେନର ଜାହାଜ ଇଣ୍ଡୋନେସିଆର ଥିଲା ବୋଲି ଅନୁମାନ କରାଯାଉଛି। କାରଣ ଏଥିରେ ଇଣ୍ଟୋନେସୀୟ ଜାତୀୟ ପତାକା ଉଡୁଥିଲା। ଜାହାଜର କୌଣସି ପତ୍ତା ନ ମିଳିବାରୁ ଏହା ଗଭୀର ସମୁଦ୍ରରେ ବାଟବଣା ହୋଇଗଲା କିମ୍ବା କେଉଁଠି ବୁଡ଼ି ଗଲା ବୋଲି ଅନୁମାନ କରାଯାଇଥିଲା। ରାମ ରାତୁଲାଙ୍ଗିି ପିବି ୧୬୦୦ ନାମକ ଏହି ଜାହାଜକୁ ଗତ ଅଗଷ୍ଟ ୩୧ ତାରିଖରେ ହଠାତ୍‌ ଭାରତ ମହାସାଗରର ମିଆଁମାର ଉପକୂଳରେ ଦେଖିବାକୁ ମିଳିଥିଲା। କେତେକ ମିଆଁମାର ମାଛଧରାଳୀ ଉପକୂଳଠାରୁ ୧୧ କିମି ଦୂରରେ ଜାହାଜଟି ସମୁଦ୍ରରେ ଭାସୁଥିବାର ଦେଖିବାକୁ ପାଇଥିିଲେ। ସେମାନେ ଜାହାଜଟିରେ ପ୍ରବେଶ କରିଥିଲେ ମଧ୍ୟ କାହାକୁ ଦେଖିବାକୁ ପାଇ ନ ଥିଲେ। ପରେ ମାଛ ଧରାଳୀମାନେ ମିଆଁମାର ପୁଲିସ୍‌ ଓ ନୌସେନାକୁ ଖବର ଦେଇଥିଲେ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି କି ଜାହାଜଟି ଚାଲିବା ସ୍ଥିତିରେ ରହିଛି। ଅଳ୍ପ କିଛି ଦିନ ପୂର୍ବରୁ ଏହାକୁ ଛାଡ଼ି ଦିଆଯାଇଛି। ତେବେ ଜାହାଜଟି କେବେ ଓ କେଉଁଠାରୁ ଆସିଲା ତାହା ଏଯାବତ୍‌ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଏକ ସୂତ୍ରରୁ ଜଣାଯାଇଛି କି ଜାହାଜଟି ଭଙ୍ଗା ଯିବା ଲାଗି ବାଲାଂଦେଶର ଚିଟ୍ଟାଗଙ୍ଗସ୍ଥିତ ଏକ ଡକୟାର୍ଡକୁ ଯାଇଥିିଲା। ସେଠାରୁ ଭାସି ଭାସି ସମୁଦ୍ର ଭିତରକୁ ଚାଲିଆସିଥିଲା। ତେବେ ୯ ବର୍ଷ ଧରି ନିଖୋଜ ଥିବା ଏଇ ଜାହାଜ ବିଷୟରେ କୌଣସି ସଠିକ ତଥ୍ୟ ମିଳିପାରୁ ନାହିଁ। ପୁଣି ଏଥିରେ ଥିବା କର୍ମଚାରୀମାନେ କୁଆଡେ ଉଭେଇ ଗଲେ, ସେ ନେଇ ବି ସୂଚନା ନାହିଁ। ଏହି କାରଣରୁ ଏହାକୁ ଲୋକେ ‘ଭୂତ ଜାହାଜ’ ବୋଲି କହୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ଅଚଳ ହୋଇଯିବ ବିଧାନସଭା ସଚିବାଳୟ!

Wed Sep 5 , 2018
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆଇନ ପ୍ରଣୟନ କରୁଛି। ଏହି ଆଇନକୁ ମାନୁଛି ସାରା ଓଡ଼ିଶା। ହେଲେ ଆଇନ ପ୍ରଣୟନକାରୀ ଏହି ସାମ୍ବିଧାନିକ ବ୍ୟବସ୍ଥାଟି ଦୋହଲିବା ଆରମ୍ଭ କଲାଣି। ସ୍ଥିତି ଏମିତି ଯେ ବିଧାନସଭାର ଯେଉଁ କ୍ୟାଡର ଦେଖିବ, ସେଥିରେ ପୁଳା ପୁଳା ପଦବି ଖାଲି। ସଚିବ ଅବସର ନେବା ପରେ ତାଙ୍କ କାର୍ଯ୍ୟ ଅବିଧିକୁ ଅବିଚାରିତ ଭାବେ ସରକାର ବଢାଇ ଚାଲିଛନ୍ତି। ଯୁଗ୍ମ ସଚିବ କେହି ନାହାନ୍ତି। ବିଧାନସଭା ନିଯୁକ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial